ପଡ଼ୋଶୀଙ୍କ ପାଞ୍ଚବର୍ଷର ଶିଶୁପୁତ୍ରକୁ ଗଳାଟିପି ହତ୍ୟା ପରେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର:ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ଜଣେ ମହିଳା ପଡୋଶୀ ଘରର ୫ବର୍ଷର ଶିଶୁପୁତ୍ରର ତଣ୍ଟିଚିପି ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ମହିଳାଙ୍କୁ ପରିବାର ଲୋକେ ଉଦ୍ଧାର କରି ତାଙ୍କୁ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରିଛନ୍ତି।
ଖଣ୍ଡଗିରି ଥାନା ଅଧୀନ କୋଳଥିଆ ସ୍ଥିତ ରାଜୀବ ନଗରରେ ବ୍ୟବସାୟୀ ସମୀର କୁମାର ପାତ୍ର ରୁହନ୍ତି । ତାଙ୍କର ଗୋଟିଏ ଘର ଛାଡି ମହିଳା ତନୁଶ୍ରୀ ପରମାଣିକଙ୍କ ଘର । ତନୁଶ୍ରୀଙ୍କର ଏକ ୪ବର୍ଷର ଝିଅ ଅଛି । ସମୀରଙ୍କ ପୁଅ ସାଇରାମ ପାତ୍ର(୫)ଙ୍କ ତନୁଶ୍ରୀଙ୍କ ଝିଅ ଖେଳାଖେଳି କରେ ।  ମଧ୍ୟାହ୍ନରେ  ତନୁଶ୍ରୀ ସାଇରାମକୁ ଖେଳିବା ପାଇଁ ତାଙ୍କ ଘରକୁୁ ଡାକିଥିଲେ । ସାଇରାମ ତାଙ୍କ ଘରକୁ ଖେଳିବାକୁ ଯିବା ପରେ ତନୁଶ୍ରୀ ସାଇରାମର ତଣ୍ଟିଚିପି ହତ୍ୟା କରିବା ପରେ ନିଜେ ତାଙ୍କ ଶାଢୀ ସାହାଯ୍ୟରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ପଡ଼ୋଶୀଙ୍କ ଶିଶୁପୁତ୍ରକୁ ହତ୍ୟା କରି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ଗ୍ରହଣ କରିବା ପଛର କାରଣ କ’ଣ ତାହା ସ୍ପଷ୍ଟ ହୋଇନଥିବା ବେଳେ  ପୁଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ।  ମହିଳାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଏକ ଘରୋଇ ହସପିଟାଲର ଆଇସିୟୁରେ କ଼କ୍ଷରେ ଭର୍ତ୍ତି କରାଯାଇଛି ।  ଖଣ୍ଡଗିରି ପୁଲିସ  ମୃତ ଶିଶୁର ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ହସପିଟାଲ ପଠାଇବା ସହ ଘଟଣା ସମ୍ପର୍କରେ ଜାଣିବା ଲାଗି ଘରୋଇ ହସପିଟାଲରେ ମହିଳାଙ୍କୁ ପଚରା ଉଚରା କରିବା ଲାଗି ଉଦ୍ୟମ ଚଳାଇଛି । ତନୁଶ୍ରୀଙ୍କ ସ୍ୱାମୀ ଉକ୍ତ ଘରୋଇ ହସପିଟାଲରେ ଆଟେଣ୍ଡାଣ୍ଟ ଭାବେ କାମ କରୁଥିବା ପୁଲିସ ଜାଣିବାକୁ ପାଇଛି ।

Comments are closed.