ନବୀନ ନିବାସ ସମ୍ମୁଖରେ ଧାରଣା ଦେଲେ ଅନୁଭବଙ୍କ ନାମରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିବା ମହିଳା

ଭୁବନେଶ୍ୱର : ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ ନାମରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିବା ମହିଳା ନ୍ୟାୟ ଭିକ୍ଷା କରି ଗୁରୁବାର ନବୀନ ନିବାସ ସମ୍ମୁଖରେ ଧାରଣାରେ ଦେଇଛନ୍ତି । ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ ପୁଲିସ ସେଠାରୁ ତାଙ୍କୁ ଉଠାଇ ନେଇଛି । ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ନିଜକୁ ସାମ୍ବାଦିକା କହୁଥିବା କଟକର ଜଣେ ମହିଳା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ସ୍ତ୍ରୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀ, ଭାଇ ଅନୁପ୍ରାସ ମହାନ୍ତିଙ୍କ ନାମରେ ର୍ଦୁବ୍ୟବହାର ଅଭିଯୋଗ ଆଣିଥିଲେ । ଏନେଇ ପୁରୀଘାଟ ଥାନାରେ ଏକ ଏତଲା ମଧ୍ୟ କରିଥିଲେ । ଏହା ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଗଣମାଧ୍ୟମରେ କହିଥିଲେ । ଅନୁଭବ ଓ ତାଙ୍କ ଭାଇ ଅନୁପ୍ରାସଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ସେ ଆଜି ଧାରଣା ଦେଇଥିଲେ । ଏନେଇ ଅନୁଭବ ମହାନ୍ତି ଏବଂ ନବୀନ ନିବାସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

Comments are closed.