ଚଳନ୍ତା ଅଟୋରୁ ଡେଇଁ ମହିଳା ଗୁରୁତର

ନବରଙ୍ଗପୁର/ପାପଡାହାଣ୍ଡି: ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡା ଗ୍ରାମ ନିକଟରେ ଚଳନ୍ତା ଅଟୋରୁ ଡେଇଁ ଜଣେ ମହିଳା ଗୁରୁତର ହୋଇଛନ୍ତି। ଗୁରୁତର ମହିଳାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ପାପଡାହାଣ୍ଡି ବ୍ଲକ ଶୀରସି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପାଳପୁର ଗ୍ରାମର ଦୈମତି ଅମନାତ୍ୟ(୫୦) ସ୍ୱାମୀ ଶୋଭା ଅମନାତ୍ୟଙ୍କ ସହ ଏକ ଅଟୋ ଯୋଗେ ପାପଡାହାଣ୍ଡି ଷ୍ଟେଟ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସୁଥିଲେ । ତେବେ ତଣ୍ଡାଗୁଡା ଛକ ନିକଟରେ ଦୈମତିଙ୍କ ବ୍ୟାଗଟି ଖସି ପଡ଼ିଥିଲା। ବ୍ୟାଗ ପଡିଯିବା ଦେଖି ମହିଳା ଜଣଙ୍କ କାହାକୁ ନ ଜଣାଇ ଦ୍ରୁତ ଗତିରେ ଥିବା ଅଟୋରୁ ଡେଇଁ ପଡିଥିଲା । ପରେ ଅଟୋ ଡ୍ରାଇଭର ଓ ସ୍ୱାମୀ ଶୋଭା ଗୁରୁତର ଅବସ୍ଥାରେ ଦୈମତିଙ୍କୁ ଉଦ୍ଧାର କରି ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ । କିନ୍ତୁ ସ୍ୱାସ୍ଥ୍ୟ ଅବସ୍ଥା ଉନ୍ନତି ନ ହେବାରୁ ତାଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି।

Comments are closed.