ଶିକାର ଗୁଳିରେ ଆହତ ମହିଳା ତିନିଦିନ ପରେ ମୃତ୍ୟୁ

ପାତ୍ରପୁର : ପାତ୍ରପୁର ବ୍ଲକ ଦୁର୍ଗମ ବୁରାତାଲ ପଞ୍ଚାୟତ କୁସମଳା ଗ୍ରାମରେ ଶିକାର ବେଳେ ଗୁଳିବାଜି ଜଣେ କାଠ ସଂଗ୍ରହ କରୁଥିବା ମହିଳା ଗୁରୁତର ହୋଇଥିଲେ। ଶିକାରୀ ମାନେ ତାଙ୍କୁ ଚିକିତ୍ସା ପାଇଁ ନ ପଠାଇ ଗ୍ରାମରେ ଚିକିତ୍ସା ଚଳାଇ ଥିଲେ। ମହିଳା ଜଣଙ୍କ ହେଉଛନ୍ତି ସେହି ପଞ୍ଚାୟତ ଡାବୁଥଳି ଗ୍ରାମର ଦୁର୍ଲ୍ଲଭ କର୍ଜି ଙ୍କ ଝିଅ ମମତା ଭୂୟାଁ ବୋଲି ଜଣାପଡିଥିଲା। ମମତା କୁସମଳା ଗ୍ରାମରେ ବିବାହ କରିଥିଲେ। ଗତ ଛଅ ଦିନତଳେ ବାପଘରୁ ଶାଶୁଘରକୁ ଯାଇଥିଲେ। ଗତ ସତର ତାରିଖ ଦିନ ମମତା ଗ୍ରାମ ଜଙ୍ଗଲରେ ଶୁଖିଲା କାଠ ସଂଗ୍ରହ କରୁଥିବା ବେଳେ ତାଙ୍କ ଦେହରେ ଗୁଳି ବାଜିଥିଲ। ଏହା ପରେ ଶିକାରୀ ମାନେ ତାଙ୍କୁ ଗ୍ରାମକୁ ବୋହିନେଇ ଜଣେ ବ୍ୟକ୍ତିଙ୍କ ଦାଣ୍ଡରେ ରଖି ଦେଶୀ ଚିକିତ୍ସା କରୁଥିଲେ। ଜଣେ ବ୍ୟକ୍ତି ଏହା ତାଙ୍କ ବାପାଙ୍କୁ ଜଣାଇବା ପରେ ସେ କୁସୁମଳ ଯାଇ ଝିଅକୁ ଚିକିତ୍ସା ପାଇଁ ଗ୍ରାମକୁ ଆଣିବା ପାଇଁ ଚେଷ୍ଟା କରିଥିଲେ। ତେବେ ଶିକାରୀ ମାନେ ତାକୁ ଛାଡିବା ପାଇଁ ମନା କରିବା ଶହ ଦୁର୍ଲ୍ଲଭ ପୁଲିସକୁ ଖବର ଦେଲେ ମାରିଦେବାକୁ ଧମକ ଦେଇ ଥିବା ଏବଂ ଏହି ଘଟଣାରେ ଏଗାର ଜଣଙ୍କ ସମ୍ପୃକ୍ତି ଥିବା ନେଇ ଗତକାଲି ପୁଲିସକୁ ଦୁର୍ଲ୍ଲଭ ଜଣାଇଥିଲେ। ମହିଳାଙ୍କ ବେକରେ ଗୁଳିବାଜିଛି ଥିବା ବେଳେ ତାଙ୍କର ଚାରୋଟି ସନ୍ତାନ ଅଛନ୍ତି। ତେବେ ପୁଲିସରେ ଅଭିଯୋଗ ପରେ ଆଜି ଆହତ ମହିଳାଙ୍କୁ ଗ୍ରାମରୁ ପ୍ରାୟ ଦଶ କିଲୋମିଟର ବାତରା ସାହି ପର୍ଯ୍ୟନ୍ତ ବୋହି ଆଣିବା ପରେ ସେହିଠାରୁ ଅଟୋ ଯୋଗେ ପାତ୍ରପୁର ଡାକ୍ତର ଖାନାକୁ ନେଇ ଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହା ପରେ ଜରଡା ପୁଲିସ ଡାକ୍ତର ଖାନାରେ ପହଞ୍ଚି ମୃତ ଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ଜଣା ପଡ଼ିଛି।

Comments are closed.