ସଙ୍ଗରୋଧରେ ଥିବା ମହିଳାଙ୍କ ପ୍ରସବ : ଜନ୍ମିତ ଶିଶୁର ନାମ “କୋଭିଡ଼”

କଣ୍ଟାବାଞ୍ଜି  କଣ୍ଟାବବାଞ୍ଜି ଏନଏସି ର ଜେଏମଜେ ସ୍କୁଲର ସଙ୍ଗରୋଧ କେନ୍ଦ୍ରରେ ରାଜ୍ୟ ବାହାରୁ ଓ ଭିତରୁ ଆସିଥିବା ୯୫ଜଣ ପ୍ରବାସୀ ଥିବା ବେଳେ ଶୁକ୍ରବାର ସୁଦ୍ଧା ୧୫ଜଣଙ୍କୁ ତାଙ୍କର ଅବଧି ପୂରଣ ହେବା ପରେ ନିଜ ନିଜ ଘରେ ସଙ୍ଗରୋଧରେ ରହିବା ପାଇଁ ଛାଡ଼ି ଦିଆଯାଇଛି । ମୁମ୍ବାଇ ଫେରନ୍ତା ୱାର୍ଡ଼ ନଂ୧୨ର ପ୍ରବାସୀ ମହିଳା ଶ୍ରମିକଙ୍କର  ସଙ୍ଗରୋଧ କେନ୍ଦ୍ରରେ ପ୍ରସବ ବେଦନା ହେବାରୁ ନୋଡ଼ାଲ ଅଫିସର ଚନ୍ଦ୍ରଶେଖର ଭୋଇ ଓ ସଙ୍ଗରୋଧ କେନ୍ଦ୍ର ଦାୟୀତ୍ୱରେ ଥିବା ନୋଡ଼ାଲ ଅଧିକାରୀ ଆଦିତ୍ୟ ମିଶ୍ର ଅଟୋରିକ୍ସା ଯୋଗେ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚାଇବା ପରେ ସେଠାରେ ପ୍ରବାସୀ ମହିଳା ଜଣକ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିବା ଜଣାପଡ଼ିଛି । ଜନ୍ମିତ ଶିଶୁପୁତ୍ରର ନାମ ‘‘କୋଭିଡ଼’’ ରଖାଯାଇଛି।

Comments are closed.