ଏମିତି ବି ଚମକେ ଭାଗ୍ୟ -ମହିଳାଙ୍କୁ ଜମିରୁ ମିଳିଲା ୧୦ ଲକ୍ଷ ଟଙ୍କାର ହୀରା

ଭୋପାଳ – ଭାଗ୍ୟରେ ଥିଲେ ମିଳେ । ଯେତେବେଳେ ଉପରବାଲା ଦେଇଥାଏ ତାହା କେହି ବି କଳ୍ପନା କରିପାରି ନଥାଏ । ଏପରି ଏକ ଘଟଣା ମଧ୍ୟପ୍ରଦେଶର ଜଣେ ମହିଳାଙ୍କ ସହ ଘଟିଛି । ମଧ୍ୟ ପ୍ରଦେଶର ଏହି ମହିଳା ଦୁଃଖେ ସୁଖେ ନିଜ ପରିବାର ସହ ରହୁଥିଲେ । ସେ ପାନା ଜିଲ୍ଲାର ଏକ ଗାଁ ରେ ସରକାରଙ୍କ ଠାରୁ ଏକ ଛୋଟ ଜମିକୁ ଲିଜ୍‌ ଆକାରରେ ନେଇ ଖୋଳିବା ଆରମ୍ଭ କରିଥିଲେ । ପାନା ଜିଲ୍ଲାର ବିଭିନ୍ନ ସ୍ଥାନରୁ ଜମିରୁ ହୀରା ମିଳିଥାଏ । ଏଥିପାଇଁ ଲୋକମାନେ ସାମୟିକ ଭାବେ ଜମି ଲିଜ୍‌ରେ ନେଇ ସେଠାରେ ହୀରା ଖୋଜି ଥାଆନ୍ତି ।

ଜମି ଖୋଳିବା ସମୟରେ ସେ ୨.୦୮ କ୍ୟାରେଟ୍‌ର ଏକ ହୀରା ପାଇଥିଲେ । ଏହା ଏକ ଉତ୍ତମ ଧରଣର ହୀରା ହୋଇଥିବାରୁ ଏହାର ଦାମ ୧୦ ଲକ୍ଷ ଟଙ୍କାରୁ ଅଧିକ ।
ମହିଳାଙ୍କ ନାମ ଅନୁପମା ସିଂ । ତାଙ୍କ ସ୍ୱାମୀ ଜଣେ ଚାଷୀ । ଅନୁପମା ଚାଷ କାମରେ ସ୍ୱମୀଙ୍କୁ ସାହାଯ୍ୟ କରିବା ସହ ଘର ସମ୍ଭାଳନ୍ତି ।

ଏହି ହୀରା ପାଇବା ପରେ ଅନୁପମା ପାନାରେ ଥିବା ସରକାରୀ ହୀରା କାର୍ଯ୍ୟାଳୟରେ ଏହାକୁ ଜମା କରିଛନ୍ତି । ଏହାର ମୂଲ୍ୟ ସରକାରୀ ନିୟମାବଳୀ ଅନୁସାରେ ନିର୍ଣ୍ଣୟ କରାଯାଇଛି । ସରକାରୀ କର ଏବଂ ଅନ୍ୟାନ୍ୟ କର ପରେ ମହିଳା ଜଣଙ୍କ ୧୦ ଲକ୍ଷ ଟଙ୍କାରୁ ଅଧିକ ପାଇବେ ବୋଲି ଜଣା ପଡିଛି ।

Comments are closed.