ଆପାର୍ଟମେଣ୍ଟ ଛାତରୁ ଡେଇଁ କରୋନା ସଂକ୍ରମିତ ମହିଳା ଡାକ୍ତରଙ୍କ ଆତ୍ମହତ୍ୟା

କରୋନା ମହାମାରୀ ଯୋଗୁ ଲୋକେ ଶାରିରୀକ ଭାବେ ଯେତିକି କଷ୍ଟ ଭୋଗୁଛନ୍ତି, ତା’ଠୁ ଅଧିକ ମାନସିକ ସ୍ତରରେ ହତାଶ ହୋଇପଡ଼ୁଛନ୍ତି। ଫଳରେ ଜାଣତରେ ହେଉ ବା ଅଜାଣତରେ କିଛି ଭୁଲ ପଦକ୍ଷେପ ନେଇଯାଉଛନ୍ତି। ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଗ୍ରେଟର ନଏଡ଼ାରେ। ଏଠାରେ ଜଣେ କରୋନା ସଂକ୍ରମିତ ମହିଳା ଡାକ୍ତର ମାନସିକ ଚାପରେ ଆସି ଆତ୍ମହତ୍ୟା କରିଛନ୍ତି। ସେ ୧୪ ମହଲା କୋଠାରୁ ଡେଇଁ ଏଭଳି ପଦକ୍ଷେପ ନେଇଛନ୍ତି।

ଘଟଣାଟି ଗ୍ରେଟର ନଏଡ଼ା ଅନ୍ତର୍ଗତ ସୁରଜପୁର ଥାନା ସେକ୍ଟର ୧୩୭ ପାରାମାଉଣ୍ଟ ସୋସାଇଟିର। ଏଠାରେ ରହୁଥିବା ସମ୍ପୃକ୍ତ ମହିଳା ଡାକ୍ତର ଏବଂ ତାଙ୍କ ସ୍ବାମୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ମହିଳା ଜଣକ ଡାକ୍ତର ହୋଇ ବି ନିଜେ କରୋନାରେ ଆକ୍ରାନ୍ତ ହୋଇଥିବା ଜାଣି ମାନସିକ ସନ୍ତୁଳନ ହରାଇ ବସିଥିଲେ। ଫଳରେ ସେ ରହୁଥିବା ଆପାର୍ଟମେଣ୍ଟର ୧୪ତମ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ପୁଲିସ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଚଳାଇଛି।

Comments are closed.