ସାପ କାମୁଡ଼ାରେ ବିଧବା ମହିଳାଙ୍କ ମୃତ୍ୟୁ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡ଼ ପଞ୍ଚାୟତ ସଦରର ବିଧବା ମହିଳା ତୁଲୁସା ପ୍ରଧାନୀ(୭୨)ଙ୍କର ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ନେବାରୁ ଜଣା ପଡ଼ିଲା ଯେ, ଗତକାଲି ରାତିରେ ତୁଲୁସା ଖାଇ ସାରିବା ପରେ ବାହାରେ ବୁଲାବୁଲି କରୁଥିଲେ ଏହି ସମୟରେ ଏକ ବିଷଧର ସାପ ତାଙ୍କୁ କାମୁଡି ଦେଇଥିଲା । ଏହାପରେ ପରିବାର ଲୋକେ ତାଙ୍କୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡାକ୍ତର ଚିକିତ୍ସା କରିବା କିଛି ସମୟ ପରେ ତୁଲୁସାଙ୍କ ମୃତ୍ୟୁ ହୋଇଥିଲା। ମୃତ୍ୟୁ ଖବର ଶୁଣି ତୁଲୁସାଙ୍କ ପୁଅ ସଞ୍ଜୟ କୁମାର ପ୍ରଧାନୀ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ । ଏହି ଲିଖିତ ଅଭିଯୋଗକୁ ନେଇ ପୁଲିସ ଏସଆଇ ବିମଳ କଅଁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଥିଲେ । ଏହାକୁ ନେଇ ଅପମୃତ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି ।

Comments are closed.