ବ୍ରଜାଘାତରେ ମହିଳାଙ୍କ ମୃତ୍ୟୁ

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ଗୋସାଇଁ ଗୁଲୁମୁଣ୍ଡା ପଞ୍ଚାୟତର ରାମଗିରି ଗ୍ରାମରେ ବ୍ରଜାଘାତ ଘଟି ୨୭ ବର୍ଷୀୟା ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମୃତ ମହିଳା ଜଣକ ହେଲେ ଭାସ୍କର ବିଡିକାଙ୍କ ସ୍ତ୍ରୀ ସୁନିଳା ବିଡିକା(୨୭)।

ସୂଚନା ଅନୁଯାୟୀ, ଆଜି ଅପରାହ୍ନ ୧ଘଣ୍ଟା ୩୦ ମିନିଟ ସମୟରେ ନିଜ ଘର ପଛପଟରେ ଥିବା ତେନ୍ତୁଳିଗଛ ନିକଟକୁ ଶୌଚ ହେବାକୁ ଯାଇଥିବା ସମୟରେ ହଠାତ୍ ବ୍ରଜାଘାତ ଘଟି ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସଙ୍ଗେ ସଙ୍ଗେ ଗ୍ରାମବାସୀଙ୍କ ସହାୟତାରେ ମହିଳାଙ୍କୁ ରାମନାଗୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଣାଯିବା ପରେ ଡାକ୍ତର ବି ଭେଙ୍କଟେଶ୍ବର ପୃଷ୍ଟି ମୃତ ଘୋଷଣା କରିଥିଲେ। ଖବରପାଇବା କ୍ଷଣି ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ରାମନାଗୁଡା ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ ପହଞ୍ଚି ଶବ ବ୍ୟବଚ୍ଛେଦ ନିମନ୍ତେ ଗୁଣୁପୁର ପଠାଇ ଦେଇଥିବା ସୂଚନା ମିଳିଛି।

Comments are closed.