ଶୌଚ ପାଇଁ ଯାଇଥିଲେ, ହାତୀ ଆକ୍ରମଣରେ ଜୀବନ ଗଲା

ଦ୍ୱାରଶୁଣି: ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବନଖଣ୍ଡ ଅଧୀନରେ ଥିବା ଗୋଶାଣିପାଳ ଗାଁରେ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତା ମହିଳା ବାଙ୍ଗିରିପୋଷି ଥାନା ଗୋଶାଣିପାଳ ଗାଁର ସ୍ନେହଲତା ସେଠୀ(୬୫ବର୍ଷ)। ସେ ସକାଳୁ ଗ୍ରାମ ନିକଟ କାତରା ନଦୀକୁ ଶୌଚ ହେବାକୁ ଯାଇଥିବା ସମୟରେ ପଛପଟୁ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ବାଙ୍ଗିରିପୋଷି ବନାଞ୍ଚଳ ଅଧିକାରୀ ତପନ ଦାସ ଓ ଥାନାଧିକାରୀ ଦୟାନିଧି ଦାସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବାରିପଦା ପିଆରଏମ ମେଡିକାଲକୁ ପଠାଇଛନ୍ତି। ଅନ୍ୟପକ୍ଷେ ପ୍ରଥମିକ ଭାବେ ମୃତାଙ୍କ ପରିବାର ଲୋକଙ୍କୁ ବନବିଭାଗ ତରଫରୁ ସହାୟତା ବାବଦରେ ୪୦ହଜାର ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି।

Comments are closed.