କଲଭର୍ଟ ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଖୋର୍ଦ୍ଧା : ଖୋର୍ଦ୍ଧା ବୋଲଗଡ଼ ଥାନା ଅନ୍ତର୍ଗତ ଖଙ୍ଗୁରିଆ ପଞ୍ଚାୟତ ଇଚ୍ଛାପୁର କଲଭର୍ଟ ନିକଟରୁ ଜଣେ ବିବାହିତା ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି ବୋଲି ଗୁରୁବାର ଜଣାପଡ଼ିଛି। ମହିଳାଙ୍କ ପରିଚୟ ମିଳିପାରି ନାହିଁ। ମାତ୍ର ତାଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗିଦେଇଛି ବୋଲି ପାରିପାଶ୍ୱିର୍କ ସ୍ଥିତିରୁ ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ବୋଲି ସୂଚନା ମିଳିଛି।

 

 

Comments are closed.