ଉନ୍ନାଓ ଘଟଣାର ପ୍ରତିବାଦ ବେଳେ ନିଜ ଝିଅ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ମା’ର ଉଦ୍ୟମ

ନୂଆଦିଲ୍ଲୀ: ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁ ପରେ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲ ବାହାରେ ତୀବ୍ର ବିରୋଧ ପ୍ରଦର୍ଶନ କରାଯାଉଛି। ଶତାଧିକ ମହିଳା ଓ ପୁରୁଷ ଘଟଣାକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ତେବେ ଏହି ସମୟରେ ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବିକ୍ଷୋଭ କରୁଥିବା ଜଣେ ମହିଳା ନିଜ ୬ବର୍ଷୀୟା ଝିଅ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଛନ୍ତି। ମାତ୍ର ନିଆଁ ଲଗାଇବା ପୂର୍ବରୁ ସେଠାରେ ଉପସ୍ଥିତ ପୁଲିସ କର୍ମଚାରୀମାନେ ଝିଅଟିକୁ ଉଦ୍ଧାର କରିଛନ୍ତି। ଉନ୍ନାଓ ପୀଡ଼ିତାଙ୍କ ଭାଗ୍ୟକୁ ଦେଖି ମହିଳା ଜଣକ ହତୋତ୍ସାହିତ ହୋଇ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି। ପୁଲିସ ଝିଅଟିକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବାବେଳେ ମହିଳାଙ୍କୁ ଅଟକ ରଖିଛି।

Comments are closed.