ଦୁଇ କୋଟିର ମୁଦି ରଖିଲେ, କିନ୍ତୁ ପ୍ରସ୍ତାବକୁ କଲେ ନା  

ଦୁଇ କୋଟି ଟଙ୍କାର ମୁଦି ରଖିଲା ପରେ ଜଣେ ଯୁବତୀ ପ୍ରସ୍ତାବକୁ ପ୍ରତ୍ୟାଖାନ କରି ଦେଇଛନ୍ତି। ଡେଲୀ ମେଲ ରିପୋର୍ଟ ଅନୁଯାୟୀ, ଲଣ୍ଡନର ଜଣେ ସମାଜସେବୀ ତଥା ମଡେଲ ଅମଣ୍ଡା କ୍ରୋନିନଙ୍କୁ ସମ୍ପର୍କ ରଖିବା ପାଇଁ ଅଜଣା ଯୁବକ ପ୍ରସ୍ତାବ ଦେଇଥିଲେ। ଉଭୟ ପ୍ରଥମ ଥର ନ୍ୟୁୟର୍କର ଏକ ହୋଟେଲରେ ଭେଟ କରିଥିଲେ।

ସେହି ଅଜଣା ଯୁବକ ଜଣଙ୍କ ଅମଣ୍ଡାକୁ ଭ୍ୟାନ୍ କ୍ଲିପ୍ ଏବଂ ଅର୍ପିଲ୍ସ (Van Cleef & Arpels) ବ୍ରାଣ୍ଡର ମୁଦି ଉପହାର ଦେଇଥିଲେ। ସେହି ମୁଦିର ଦାମ ୨ କୋଟି ୩୩ ଲକ୍ଷ ଟଙ୍କା।

ଅମଣ୍ଡା କହିଛନ୍ତି ଯେ, ଜଣେ ଆକର୍ଷଣୀୟ ବ୍ୟକ୍ତି ତାଙ୍କୁ ଫୋନ୍ ନମ୍ବର ଦେବା ସହ ପ୍ରେମ ଭରା ମେସଜ୍ ମଧ୍ୟ କରୁଥିଲେ। ସେହି ବ୍ୟକ୍ତି ଜଣଙ୍କ ଉତ୍ତର ୟୁରୋପର ସୁବଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଥିଲେ। ଏହା ସହ ସେହି ବ୍ୟକ୍ତି ଜଣଙ୍କ ବିବାହିତ ମଧ୍ୟ ଥିଲେ। ଅମାଣ୍ଡା ତାଙ୍କୁ ସେହି ମୁଦିକୁ ଫେରାଇବାକୁ ଚାହୁଁଥିଲେ କିନ୍ତୁ ଅଜଣା ବ୍ୟକ୍ତି ଜଣଙ୍କ ତାହାକୁ ସ୍ବୀକାର କରିନଥିଲେ।

Comments are closed.