୧୫ ଡିଗ୍ରୀ ତଳେ ୧୧ଟି ସହରର ତାପମାତ୍ରା ; ସୋନପୁର ସର୍ବନିମ୍ନ ୯ ଡ଼ିଗ୍ରୀ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଅଞ୍ଚଳରେ ଥଣ୍ଡାର ପ୍ରକୋପ ଆରମ୍ଭ ହୋଇସାରିଛି। ଏହାସହ ବହୁ ସ୍ଥାନରେ ଥଣ୍ଡାର ଅଧିକ ପ୍ରଭାବ ରହିଛି। ପ୍ରାୟ ୧୧ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି ବୋଲି ସୋମବାର ଜଣାପଡିଛି। ୯ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ କରାଯାଇଛି। ଦାରିଙ୍ଗବାଡି ୯.୫, ଅନୁଗୁଳ ୧୦.୬, ଫୁଲବାଣୀ ୧୧.୩, କେନ୍ଦୁଝର ୧୨, ବାରିପଦା ୧୨.୪, ଭବାନୀପାଟଣା ୧୨.୮, କୋରାପୁଟ, ୧୩, ଝାରସୁଗୁଡ଼ା ୧୩.୨, ବଲାଙ୍ଗୀର ୧୪, କଟକ ୧୪.୮, ରାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ୧୬ ଡିଗ୍ରୀ ରେକର୍ଡ଼ କରାଯାଇଛି।

Comments are closed.