୪୫୦ ୱିକେଟ କ୍ଲବରେ ଅଶ୍ବିନ, ବିଶ୍ବର ୨ୟ ଦ୍ରୁତତମ

ନାଗପୁର,  : ଭାରତର ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଟେଷ୍ଟ କ୍ରିକେଟରେ ଅାଉ ଏକ ଉପଲବ୍ଧି ହାସଲ କରିଛନ୍ତି। ବିଶ୍ବର ୨ୟ ତଥା ଭାରତର ପ୍ରଥମ ବୋଲର ଭାବେ ଟେଷ୍ଟ କ୍ରିକେଟରେ ଦ୍ରୁତତମ ୪୫୦ ୱିକେଟ ହାସଲ କରିଛନ୍ତି। ଗୁରୁବାରଠାରୁ ଆରମ୍ଭ ହୋଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଅଶ୍ବିନ ଏହି ସଫଳତା ହାସଲ କରିଛନ୍ତି। ଅଷ୍ଟ୍ରେଲିଆ ୱିକେଟ ରକ୍ଷକ ଆଲେକ୍ସ କ୍ୟାରୀଙ୍କୁ ବୋଲ୍‌ଡକରି ଅଶ୍ବିନ ଟେଷ୍ଟ କ୍ରିକେଟରେ ୪୫୦ ୱିକେଟ ପୂରଣ କରିଥିଲେ। ପୂର୍ବତନ ଭାରତୀୟ ସ୍ପିନର ଅନୀଲ କୁମ୍ବଲେ ୯୩ଟି ମ୍ୟାଚରୁ ୪୫୦ଟି ୱିକେଟ ନେଇଥିବା ବେଳେ ଅଶ୍ବିନ ୮୯ଟି ମ୍ୟାଚରୁ ଏହି ସଫଳତା ପାଇଛନ୍ତି। ଶ୍ରୀଲଙ୍କାର ପୂର୍ବତନ କିମ୍ବଦନ୍ତୀ ସ୍ପିନର ମୁ​‌େ​‌ଥୟା ମୁରଲୀଧରନ ୮୦ଟି ଟେଷ୍ଟ ମ୍ୟାଚରୁ ୪୫୦ ୱିକେଟ ନେଇ ଆଗରେ ରହିଛନ୍ତି। ଅଶ୍ବିନ ପ୍ରଥମ ଇନିଂସରେ ୪୨ରନ ବିନିମୟରେ ୩ଟି ୱିକେଟ ନେଇଛନ୍ତି। ଏଥି ସହିତ ଅଶ୍ବିନଙ୍କ ଟେଷ୍ଟ ୱିକେଟ ସଂଖ୍ୟା ୪୫୩ରେ ପହଞ୍ଚିଛି।

Comments are closed.