୪୮ଘଣ୍ଟା ପରେ ଖସିବ ପାରଦ,ବଢିବ ଶୀତ

ଭୁବନେଶ୍ୱର: ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କିଛି ଜିଲାକୁ ବାଦ ଦେ​‌ଲେ​‌ ରାଜ୍ୟରେ ଏ ପର୍ଯ୍ୟନ୍ତ ବଡ଼ ଧରଣର ଶୀତ ଅନୁଭୂତ ହୋଇନାହିଁ। ତେବେ ଆସନ୍ତା ୪୮ଘଣ୍ଟା ପରେ ରାଜ୍ୟରେ ସ୍ବାଭାବିକ ତାପମାତ୍ରା ୨ରୁ ୩ଡ଼ିଗ୍ରୀ ସେଲସିୟସ ହ୍ରାସ ପାଇବା ସହିତ ଶୀତ ପ୍ରକୋପ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଏବେ ରାଜ୍ୟର ବିଭିନ୍ନ ଅଞ୍ଚଳରେ କୁହୁଡ଼ି ଅନୁଭୂତ ହେଉଛି। କୁୁହୁଡ଼ି ପ୍ରଭାବ ଆହୁରି ୪୮ଘଣ୍ଟା ରହିବ ବୋଲି ଭୁବନେଶ୍ବର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଉପକୂଳ ଅଞ୍ଚଳରେ କୁହୁଡ଼ିର ପ୍ରଭାବ ଅଧିକ ରହିବାର ସମ୍ଭାବନା ରହିଛି। ଏହାଛଡ଼ା କୋରାପୁଟ, ମାଲକାନଗିରି, ଗଜପତି, ରାୟଗଡ଼ା ଆଦି ଜିଲାର କିଛି ଅଞ୍ଚଳରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ପାଗ ଶୁଖିଲା ରହିବ।
ବାତ୍ୟା ‘ବୁଲବୁଲ’ ଯିବା ପରେ ରାଜ୍ୟକୁ ଶୀତ ଆସିବ ବୋଲି ପାଣିପାଗ ବି‌େ‌ଶଷଜ୍ଞ ଆକଳନ କରୁଥିଲେ ହେଁ ଏ ପର୍ଯ୍ୟନ୍ତ ଦୁଇ ତିନିଟି ଜିଲାକୁ ବାଦ ଦେଲେ ରାତିର ସର୍ବନିମ୍ନ ତାପମାତ୍ରା ନିମ୍ନଗାମୀ ହୋଇନାହିଁ। ସୋମବାର ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ଼ ହୋଇଥିବା ତଥ୍ୟ ଅନୁସାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ିଠାରେ ୧୧ ଡ଼ିଗ୍ରୀ ସେଲସିୟସ ଥିବାବେଳେ ସୁନ୍ଦରଗଡ଼ରେ ୧୩, ସୋନପୁରରେ ୧୪ ଓ ଅନୁଗୋଳରେ ୧୫.୬ ଡ଼ିଗ୍ରୀ ସେଲସିୟସ ରହିଛି। ମାତ୍ର ଅନ୍ୟାନ୍ୟ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୧୬ଡ଼ିଗ୍ରୀ ଉପରେ ରହିଛି। ଆସନ୍ତା ୪୮ ଘଣ୍ଟା ପରେ ରାତିର ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନର ସମ୍ଭାବନା ରହିଛି।

Comments are closed.