ଆହୁରି ବଢିବ ଶୀତର ପ୍ରକୋପ, ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ କ୍ରମଶଃ ଶୀତ ପ୍ରକୋପ ବୃଦ୍ଧି ପାଇଛି। ଆଗକୁ ଆହୁରି ଶୀତ ବଢିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣି ପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ତାପମାତ୍ରା ୧ ରୁ ୨ ଡ଼ିଗ୍ରୀ ହ୍ରାସ ପାଇଥିବାବେଳେ ଆଗକୁ ଆହୁରି କମିବା ଯୋଗୁ ଅଧିକ ଶୀତ ଅନୁଭୂତ ହେବ। ସେହିପରି କେନ୍ଦୁଝର ଓ ବାଲେଶ୍ୱରରେ ତାପମାତ୍ରା ୧୦ ଡ଼ିଗ୍ରୀ କମିଛି। ଫୁଲବାଣୀରେ ୯, ଦାରିଙ୍ଗିବାଡ଼ିରେ ୮.୫, କେନ୍ଦୁଝର ଓ ବାଲେଶ୍ୱରରେ ତାପମାତ୍ରା ୧୦ ଡ଼ିଗ୍ରୀକୁ କମିଛି। ଏହାସହ ଉତ୍ତରା ପବନ ଓ ଶୀତର ଲହରୀ ଜାରି ରହିବ ବୋଲି ମଧ୍ୟ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଓଡ଼ିଶାର କାଶ୍ମୀର ଭାବେ ପରିଚିତ ଦାରିଙ୍ଗିବାଡ଼ିରେ ବର୍ତ୍ତମାନ ଶୀତର ପ୍ରକୋପ ଖୁବ ଅଧିକ ରହିଥିବାରୁ ଘରୁ ବାହାରିବା କଷ୍ଟକର ହେବା ସହ କୁହୁଡ଼ି କାରଣରୁ ଯାତାୟାତ ବାଧାପ୍ରାପ୍ତ ହେଉଛି। ସେଭଳି ଫୁଲବାଣୀରେ ଶୀତର ପ୍ରଭାବରେ ସକାଳେ ମଧ୍ୟ ଲୋକେ ନିଆଁ ଜାଳି ଏହାର ଚାରିପାଖରେ ବସୁଥିବା ଦେଖିବାକୁ ମିଳିଛି।

Comments are closed.