ଘନକୁହୁଡି,ଶୀତଲହରୀ ନେଇ ୧୩ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : କିଛି ଦିନ ହେବ ଶୀତର ପ୍ରଭାବ କମିଥିବା ବେଳେ ଏବେ ପୁଣି ଥରିବ ସାରା ରାଜ୍ୟ। ଘନକୁହୁଡି ସହ ଶୀତଲହରୀ ନେଇ ୧୩ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ଦେବଗଡ, ଅନୁଗୁଳ, ବରଗଡ, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ବୌଦ୍ଧ, କଳାହାଣ୍ଡି ଓ କନ୍ଧମାଳ। ଏହାସହ ମାଲକାନଗିରି, କଳାହାଣ୍ଡି ଓ କନ୍ଧମାଳ କିଛି ସ୍ଥାନରେ ଘନ କୁହୁଡିର ଆଶଙ୍କା କରାଯାଉଛି। ଉପକୂଳ ଓ ଦକ୍ଷିଣ ଓଡିଶାରେ ରାତିର ତାପମାତ୍ରାରେ ହ୍ରାସ ନେଇ ସୂଚନା ମିଳିଛି। ରାତିରେ ସତର୍କ ରହିବା ସହ ବାଇକରେ ଯା’ଆସ ନକରିବାକୁ ପରାମର୍ଶ ଦିଆଯାଇଛି।

 

Comments are closed.