ଶୀତୁଆ ସକାଳ ଓ ସନ୍ଧ୍ୟା ; ପିଅନ୍ତୁ ଅଦା,ତୁଳସୀ,ଗୋଲମରିଚରେ ପ୍ରସ୍ତୁତ ପାନୀୟ

ଶୀତଦିନେ ଘରୋଇ ଉପାୟରେ କିଛି ସ୍ୱତନ୍ତ୍ର ପାନୀୟ ପ୍ରସ୍ତୁତ କରି ପିଇବା ଆବଶ୍ୟକ। ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଶରୀରରୁ ନାନା ପ୍ରକାର ରୋଗକୁ ମଧ୍ୟ ଦୂରେଇ ରଖେ। ଶରୀରକୁ ଆବଶ୍ୟକ ପରିମାଣରେ ଉଷ୍ଣତା ମଧ୍ୟ ପ୍ରଦାନ କରେ। ଜାଣନ୍ତୁ….
ଆବଶ୍ୟକ ସାମଗ୍ରୀ
ଲବଙ୍ଗ – ୨ଟି
ପାଣି -୨କପ
ଅଦାରସ – ୨ଚାମଚ
ଗୋଲମରିଚ ଗୁଣ୍ଡ- ୧ ଚାମଚ
ତୁଳସୀ ପତ୍ର
ଡ଼ାଲଚିନି ଗୁଣ୍ଡ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଗ୍ୟାସରେ ଏକ ପାତ୍ର ବସାଇ ପାଣି ଫୁଟାନ୍ତୁ। ପାଣି ଫୁଟିବା ପରେ ଏଥିରେ ଅଦା ରସ ଓ ତୁଳସୀ ପତ୍ର ପକାଇ ଫୁଟାନ୍ତୁ। ୩ରୁ୪ମିନିଟ ପରେ ଏଥିରେ ଗୋଲମରିଚ ଗୁଣ୍ଡ ପକାଇ ପୁଣି କିଛି ସମୟ ଫୁଟାଇ ଏକ ପାତ୍ରକୁ କାଢି ଦିଅନ୍ତୁ। ଏହାପରେ ଏହାଉପରେ ସାମାନ୍ୟ ଡାଲଚିନି ଗୁଣ୍ଡ ପକାଇ ପିଅନ୍ତୁ।

Comments are closed.