ଉପକୂଳରେ ୨ଦିନ ଘନ କୁହୁଡ଼ି : ୧୮ରୁ ବଢ଼ିବ ଶୀତ

ଭୁବନେଶ୍ବର : ଉତ୍ତରା ପବନ ପ୍ରବାହ ବାଧାପ୍ରାପ୍ତ ହୋଇଥିବା ବେଳେ ରାଜ୍ୟ ମଧ୍ୟକୁ ସାମୁଦ୍ରିକ ପହନ ବହୁଛି। ଏହାର ପ୍ରଭାବରେ ରାଜ୍ୟରେ ତାପମାତ୍ରା କିଛିଟା ହ୍ରାସ ପାଇଛି। ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେବା ଦେବା ସହ ଉପକୂଳ ଜିଲାମାନଙ୍କରେ ସର୍ବନିମ୍ନ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ସମ୍ଭାବନା ଅଛି। ତେବେ ୧୮ ତାରିଖରୁ ତାପମାତ୍ରା ଖସିବା ସହ ଶୀତ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି। ମୟୂରଭଞ୍ଜ, କେନ୍ଦୁଝର, ଅନଗୋଳ, ସୁନ୍ଦରଗଡ଼, ଢ଼େଙ୍କାନାଳ, କଟକ, ଯାଜପୁର, କନ୍ଧମାଳ, ଭଦ୍ରକ, ସୋନପୁର, ବଲାଙ୍ଗୀର, ବୌଦ୍ଦ, ଜଗତସିଂପୁର, କେନ୍ଦ୍ରାପଡ଼ା, ବାଲେଶ୍ବର ଜିଲାରେ କୁହୁଡ଼ି ହେବ। ଆଜି ଅଧିକାଂଶ ଜିଲାରେ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଥିଲା। ଦାରିଙ୍ଗିବାଡ଼ିରେ ପାରଦ ୧୦ ଡିଗ୍ରୀକୁ ଖସି ଆସିଥିବା ବେଳେ ବାରିପଦାରେ ୧୧.୬ ଡିଗ୍ରୀ, କୋରାପୁଟରେ ୧୨.୬ ଡିଗ୍ରୀ, ଫୁଲବାଣୀରେ ୧୨.୮ ଡିଗ୍ରୀ, ଅନୁଗୋଳରେ ୧୩ ଡିଗ୍ରୀ, ସୋନପୁରରେ ୧୩.୨ ଡିଗ୍ରୀ, ସୁନ୍ଦରଗଡ଼ରେ ୧୩.୫ ଡିଗ୍ରୀ, ଟିଟିଲାଗଡ଼ରେ ୧୪.୧ ଡିଗ୍ରୀ ରେକର୍ଡ କରାଯାଇଛି।

Comments are closed.