ଶୀତରେ ଥରୁଛି ସାରା ଓଡ଼ିଶା ; ୧୫ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା

ଭୁବନେଶ୍ୱର : ସାରା ରାଜ୍ୟରେ ଶୀତର ପ୍ରକୋପ ଆରମ୍ଭ ହୋଇ ସାରିଲାଣି। ମାତ୍ର ରାଜ୍ୟର କେତେକ ସ୍ୱତନ୍ତ୍ର ସ୍ଥାନରେ ଅଧିକ ଥଣ୍ଡା ଅନୁଭବ ହେଲାଣି। ଏହାସହ ୧୫ ଡିଗ୍ରୀ ତଳେ ୧୨ ସହରର ତାପମାତ୍ରା ରେକର୍ଡ଼ କରାଯାଇଛି। ୯ ଡିଗ୍ରୀ ସହ ଦାରିଙ୍ଗିବାଡି ସବୁଠୁ ଥଣ୍ଡା ସହର ଭାବେ ଜଣାପଡ଼ିଛି। ସେହିପରି ଫୁଲବାଣୀ ୧୧, ସୋନପୁର ୧୧.୪, ଅନୁଗୁଳ ୧୧.୬, ବାରିପଦା ୧୨, କେନ୍ଦୁଝର ୧୨.୪, ତାଳଚେର ୧୨.୫, ଭବାନୀପାଟଣା ୧୩.୬, ଝାରସୁଗୁଡ଼ା ୧୩.୮, କୋରାପୁଟ ୧୪, କଟକ ୧୪.୫ ଓ ଚାନ୍ଦବାଲି ୧୪.୮, ଭୁବନେଶ୍ୱର ୧୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି।

Comments are closed.