କମିଲା ମଦ ଦର: ଏଣିକି ୫୦% ବଦଳରେ ୧୫% କୋବିଦ ଟିକସ

ଭୁବନେଶ୍ବର: ମଦୁଆଙ୍କ ପାଇଁ ଖୁସି ଖବର । ମଦ ଉପରେ ସରକାର କୋବିଦ ଟିକସ ୫୦% ବଦଳରେ ୧୫% ନେବେ । ଫଳରେ ମଦ ଦର କମିଲା ।

ସୂଚନା ଅନୁସାରେ  ମଦ ଏମ୍‌ଆର୍‌ପିରେ ସ୍ବତନ୍ତ୍ର କୋଭିଡ୍‌ ଫି’ ହ୍ରାସ କରିଛନ୍ତି ସରକାର। ଏଣିକି ମଦର ସର୍ବାଧିକ ଖାଉଟି ମୂଲ୍ୟ  ଉପରେ ୫୦% ନୁହେଁ, ୧୫% କୋଭିଡ୍‌ ଶୁଳ୍କ ଦେବାକୁ ପଡ଼ିବ। ଏଫ୍‌ଏମ୍‌ଏଫ୍‌ଏଲ୍‌, ଆଇଏମ୍‌ଏଫ୍‌ଏଲ୍‌, ବିଅର, ୱାଇନ୍‌, ଆର୍‌ଟିଡି ବ୍ରାଣ୍ଡ୍‌ ଉପରେ ୧୫% କୋଭିଡ୍‌ ଶୁଳ୍କ ଲାଗୁ ହେବ। ଆସନ୍ତାକାଲିଠାରୁ ନୂଆ ଦର ଲାଗୁ ହେବ ଓ ମଦ ଦର କମିବ। ସଂଶୋଧିତ ଏମ୍‌ଆର୍‌ପି www.osbc.co.in ୱେବ୍‌ସାଇଟ୍‌ରେ ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଛି।

Comments are closed.