ଟିକା ନେଇ ନ ଥିବା ଲୋକଙ୍କୁ ଅଧିକ ସଂକ୍ରମିତ କରୁଛି ଓମିକ୍ରନ – ହୁ

ଓମିକ୍ରନ ସଂକ୍ରମଣ ସ୍ୱାସ୍ଥ୍ୟ ବ୍ୟବସ୍ଥା ପ୍ରତି ସାଂଘାତିକ ଆହ୍ୱାନ ସୃଷ୍ଟି କରିବ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସତର୍କ କରାଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଓମିକ୍ରନ୍‍ ସଂକ୍ରମଣ ଯୋଗୁଁ ମଧ୍ୟମ ଧରଣର ଲକ୍ଷଣ ଦେଖାଦେଲେ ମଧ୍ୟ ଏଥିପ୍ରତି ଅବହେଳା କରାଯିବା ଉଚିତ ନୁହେଁ। ବିଭିନ୍ନ ଦେଶରେ ଓମିକ୍ରନ ବ୍ୟାପକ ଭାବେ ସଂକ୍ରମଣ କରୁଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ସତର୍କ କରାଇ ଦିଆଯାଇଛି।

ଟିକା ନେଇ ନ ଥିବା ଗୋଷ୍ଠୀକୁ ଓମିକ୍ରନ୍‍ ଅଧିକ ସଂକ୍ରମିତ କରୁଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଥିବାରୁ ଡାକ୍ତରଖାନାଗୁଡ଼ିକରେ ରୋଗୀମାନଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ରହିଛି। ତେଣୁ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟସେବା ବିଶେଷ ଭାବେ ପ୍ରଭାବିତ ହେବାର ଅନୁମାନ କରାଯାଉଛି। ଓମିକ୍ରନ ସଂକ୍ରମଣ ଯୋଗୁଁ ଗତ ଶୁକ୍ରବାର ଠାରୁ ସାଢ଼େ ୧୧ ହଜାର ବିମାନ ଚଳାଚଳକୁ ବାତିଲ କରାଯାଇଛି ଏବଂ ବହୁ ସଂଖ୍ୟକ ବିମାନ ଚଳାଚଳକୁ ବିଳମ୍ବ କରାଯାଇଛି। କର୍ମଚାରୀଙ୍କ ଅଭାବ ଯୋଗୁଁ ଓମିକ୍ରନ ସଂକ୍ରମଣ ନେଇ କେତେକ ଏୟାରଲାଇନ୍ସ ସଂସ୍ଥା ବିମାନ ଚଳାଚଳ ବାତିଲ କରିଥିବାର ଖବର ମିଳିଛି।

Comments are closed.