ଭାରତ ପାଇଁ ୭୦୦୦ ଅମ୍ଳଜାନ ସାନ୍ଦ୍ରକ, କରୋନା ପରୀକ୍ଷା ଯନ୍ତ୍ର, କରୋନା ପୋଷାକ ଅଧିଗ୍ରହଣ କଲା ଜାତିସଂଘ

ନ୍ୟୁୟର୍କ : କରୋନା ମହାମାରୀର ମୁକାବିଲା ଦିଗରେ ଭାରତକୁ ସହାୟତା ନିମନ୍ତେ ହାତ ବଢାଇଛନ୍ତି ଜାତିସଂଘର ବିଭିନ୍ନ ଅନୁବନ୍ଧିତ ସଂଗଠନ। ଭାରତକୁ ସହାୟତା ନିମନ୍ତେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ’), ଜାତିସଂଘ ଶିଶୁ କଲ୍ୟାଣ ପାଣ୍ଠି (ୟୁନିସେଫ୍‌) ୭୦୦୦ ଅମ୍ଳଜାନ ସାନ୍ଦ୍ରକ, ୫୦୦ ଅମ୍ଳଜାନ ଯୋଗାଣ ଉପକରଣ, ଅମ୍ଳଜାନ ଉତ୍ପାଦନ କେନ୍ଦ୍ର, କରୋନା ନମୁନା ପରୀକ୍ଷା ଯନ୍ତ୍ର, ବ୍ୟକ୍ତିଗତ ସୁରକ୍ଷା ଉପକରଣ ଆଦି ଅଧିଗ୍ରହଣ କରୁଛନ୍ତି। ଏହି ଅଧିଗ୍ରହଣ ସମ୍ପର୍କରେ ଜାତିସଂଘ ମହାସଚିବଙ୍କ ମୁଖପାତ୍ର ଫରାନ ହକ୍ ସୂଚନା ଦେଇଛନ୍ତି। ତେବେ ଗତକାଲି ଫରାନ ହକ୍ କହିଥିଲେ ଯେ ଜାତିସଂଘର ସହାୟତାକୁ ଭାରତ ପ୍ରତ୍ୟାଖ୍ୟାନ କରିଛି।

Comments are closed.