କରୋନା ଲେଉଟାଣି – କେବେ ମିଳିବ ସାମ୍ବାଦିକଙ୍କୁ ଟୀକା

ମୋହନା : କରୋନାର ଭୟବହତା ବିଶ୍ଵବାସୀଙ୍କୁ ଆଚମ୍ବିତ କରିଦେଇଥିବାବେଳେ ଜାନୁଆରୀ ମାସ ୧୫ ତାରିଖରେ ଭାରତର ସମସ୍ତ ରାଜ୍ୟର ଆଗଧାଡିର କରୋନାଯୋଦ୍ଧାଙ୍କୁ କରୋନା ଟୀକା ପ୍ରଦାନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ୧୫ ଜାନୁୟାରୀରେ ୧୦୦ ଜଣ କରୋନା ଯୋଦ୍ଧା ଉଦ୍ଦେଶ୍ୟରେ କୋଭିସିଲ୍ଟ ଟୀକା ଦିଆଯାଇଥିଲା । ଓଡ଼ିଶାର କର୍ମଜୀବୀ ସାମ୍ବାଦିକମାନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ଠାରେ ଟୀକା ପ୍ରଦାନ କରିବା ପାଇଁ ଅନୁରୋଧ କରିଥିଲେ। ରାଜ୍ୟ ସରକାରଙ୍କପକ୍ଷରୁ ବିଳମ୍ବରେ ହେଲେ ମଧ୍ୟ ସାମ୍ବାଦିକମାନଙ୍କ ଅନୁରୋଧକୁ ରକ୍ଷାକରି ଟୀକା ପ୍ରଦାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ବିଭିନ୍ନ ପର୍ଯ୍ୟାୟରେ ଆଶା କର୍ମୀ, ଅଙ୍ଗନାବାଡ଼ି କର୍ମୀ, ସଫେଇ କର୍ମଚାରୀ, ଡାକ୍ତର, ନର୍ସ, ପୁଲିସ ପ୍ରମୁଖଙ୍କୁ ଟୀକା ଦିଆଯାଇଥିବାବେଳେ ସାମ୍ବାଦିକମାନଙ୍କୁ ଅଣଦେଖା କରି ଏଥିରୁ ବଞ୍ଚିତ କରିବା ଉଚିତ ନୁହେଁ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ଓ ସାମ୍ବାଦିକମାନେ ମତବ୍ୟକ୍ତ କରିଛନ୍ତି । ଏ ସଂପର୍କରେ ଜିଲ୍ଲା ଏଡ଼ିଏମ୍ଓ ଡ଼.ମହମ୍ମଦ ଅଲ୍ଲୀଙ୍କୁ ପଚାରିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଓ ସୂଚନା ଆସିଲେ ପ୍ରଦାନ କରାଯିବ ବୋଲି କହିଛନ୍ତି।

Comments are closed.