ବିମାନ-୩୨ ନିଖୋଜ ହେବା ବେଳେ କଣ୍ଟ୍ରୋଲ୍‍ ରୁମରେ ଥିଲେ ପାଇଲଟଙ୍କ ପତ୍ନୀ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନାର ନିଖୋଜ ବିମାନ ଏନ-୩୨ର ସର୍ଚ୍ଚ ଅପରେସନ୍ ଗୁରୁବାର ଚତୁର୍ଥ ଦିନରେ ପହଞ୍ଚିଛି । ନିଖୋଜ ବିମାନକୁ ଖୋଜିବା ପାଇଁ ସାଟେଲାଇଟ୍ ସହ ସୁଖୋଇ-୩୦ ଏବଂ ସି ୧୩୦ ବିମାନର ସାହାଯ୍ୟ ନିଆଯାଇଛି । ୨୯ ବର୍ଷୀୟ ଆଶିଷ ତନୱର ନିଖୋଜ ବିମାନର ପାଇଲଟ ଥିଲେ । ସେହି ଦିନ ତାଙ୍କ ପତ୍ନୀ ସନ୍ଧ୍ୟା ଆସାମର ଜୋରହାଟ ବିମାନ ବନ୍ଦରର ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍‍ ରୁମ୍ (ଏଟିସି)ରେ କାର୍ଯ୍ୟ ଭାର ସମ୍ଭାଳୁ ଥିଲେ । ଜୋରହାଟ ବିମାନ ବନ୍ଦରରୁ ଦିନ ପ୍ରାୟ ୧୨ଟା ୨୫ମିନିଟରେ ବିମାନ ଏନ-୩୨ ଅରୁଣାଚଳ ପ୍ରଦେଶ ମେନଚୁକା ପାଇଁ ଉଡାଣ ଭରିଥିଲା। ଦିନ ପ୍ରାୟ ୧ଟା ବେଳେ ଆଶିଷ ଶେଷ ଥର ପାଇଁ ଏଟିସି ରୁମ୍ ସହ ସମ୍ପର୍କ କରିଥିଲେ । ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା । ଏହାର ଏକ ଘଣ୍ଟା ପରେ ସନ୍ଧ୍ୟା ଆଶିଷଙ୍କ ପରିବାର ଲୋକଙ୍କ ଏନେଇ ସୂଚନା ଦେଇଥିଲେ ।

Comments are closed.