ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଖରାପ ଖବର : ନୂଆବର୍ଷରୁ ଏହି ସବୁ ଫୋନ୍‌ରେ କାମ କରିବନି ହ୍ବାଟ୍ସଆପ୍‌

ନୂଆଦିଲ୍ଲୀ: ହ୍ବାଟ୍ସଆପ୍‌ ହେଉଛି ବିଶ୍ଵର ସବୁଠାରୁ ଅଧିକ ବ୍ୟବହାର ହେଉଥିବା ମେସେଜିଂ ଆପ୍‌। ପ୍ଲେ ଷ୍ଟୋର ହେଉ କିମ୍ବା ଆପଲ ଷ୍ଟୋର, ଏହି ଦୁଇଟି ପ୍ଲାଟ୍‌ଫର୍ମରେ କୋଟି କୋଟି ସ୍ମାର୍ଟଫୋନ ବ୍ୟବହାରକାରୀ ଏହି ଆପ୍‌ ଡାଉନଲୋଡ୍‌ କରିଛନ୍ତି। ହ୍ବାଟ୍ସଆପ୍‌ ପ୍ରତିବର୍ଷ କିଛି ଅପରେଟିଂ ସିଷ୍ଟମରେ କାମ୍ କରିବା ବନ୍ଦ କରିଦିଏ। ଯାହା ପରେ ହ୍ବାଟ୍ସଆପ୍‌ ପୁରୁଣା ସିଷ୍ଟମରେ କାମ କରେ ନାହିଁ । ଗତ ବର୍ଷ ହ୍ବାଟ୍ସଆପ୍‌ ୱିଣ୍ଡୋଜ୍ ଏବଂ ବ୍ଲାକ୍‌ବେରୀ ଅପରେଟିଂ ସିଷ୍ଟମରେ କାମ କରିବା ବନ୍ଦ କରିଦେଇଥିଲା ବେଳେ ନୂଆବର୍ଷ ୨୦୨୧ ଜାନୁଆରୀ ୧ ରୁ ଅନେକ ଆଇଫୋନ୍ ଏବଂ ଅନେକ ଆଣ୍ଡ୍ରଏଡ୍ ଫୋନରେ କାମ କରିବ ନାହିଁ ବିଶ୍ବର ସବୁଠୁ ଅଧିକ ବ୍ୟବହାର ହେଉଥିବା ହ୍ବାଟ୍ସଆପ୍‌ ମେସେଜିଂ ଆପ୍। ଯାହା ବର୍ଷ ବର୍ଷ ଧରି ଏହି ଆପ୍‌ ବ୍ୟବହାର କରୁଥିବା କେତେଜଣ ବ୍ୟବହାରକାରୀଙ୍କ ପାଇଁ ଏକ ଖରାପ ଖବର ଭାବେ ଉଭାହୋଇଛି।

ହ୍ବାଟ୍ସଆପ୍‌ ପକ୍ଷରୁ କୁହାଯାଇଛି ଯେ ନୂଆବର୍ଷରୁ ଅର୍ଥାତ ଜାନୁଆରୀ ୧  ତାରିଖ ପରଠାରୁ iOS 9 ଏବଂ Android 4.0.3 ଚାଲୁଥିବା ଫୋନରେ ଚାଲିବ ନାହିଁ। ସରଳ ଭାବରେ କହିବାକୁ ଗଲେ, ହ୍ବାଟ୍ସଆପ୍‌ iPhone 4 ଏବଂ ଏହାପୂର୍ବର ଆଇଫୋନ୍ ଗୁଡିକରେ କାମ କରିବ ନାହିଁ, କିନ୍ତୁ ଯଦି ଆପଣଙ୍କର ପାଖରେ iPhone 4S, iPhone 5, iPhone 5S, iPhone 5C, iPhone 6 କିମ୍ବା  iPhone 6S ଅଛି ତେବେ ଆପଣ ଫୋନ୍‌କୁ ଅପଡେଟ୍‌ କରିପାରିବେ ।

iOS ପରି Android ବିଷୟରେ କହିବାକୁ ଗଲେ, ଯେଉଁ ଫୋନରେ Android 4.0.3 ଭର୍ସନ ରହିଛି ସେହି ଫୋନ୍‌ ଗୁଡିକରେ ନୂଆବର୍ଷରୁ ହ୍ବାଟ୍ସଆପ୍ ବ୍ୟବହାର କରିପାରିବ ନାହିଁ। ଏହି ତାଲିକାରେHTC Desire, LG Optimus Black, Motorola Droid Razr ଏବଂ Samsung Galaxy S2 ଭଳି ଫୋନ ରହିଛି।

ଯଦି ଆପଣ ଜାଣିବାକୁ ଚାହାଁନ୍ତି ଆପଣଙ୍କ ଫୋନରେ କେଉଁ ଅପରେଟିଂ ସିଷ୍ଟମ ରହିଛି ଏବଂ ଏହାର ଭର୍ସନ କ’ଣ, ତେବେ ଫୋନର ସେଟିଙ୍ଗକୁ ଯାଆନ୍ତୁ ଏବଂ About phone ଉପରେ କ୍ଲିକ୍ କରନ୍ତୁ । ଏଠାରେ ଆପଣ ସଂପୂର୍ଣ୍ଣ ସୂଚନା ପାଇବେ। ଯାହା ପରେ ଆପଣ ଜାଣି ପାରିବେ ନୂଆ ବର୍ଷରୁ  ଆପଣଙ୍କ ଫୋନରେ ହ୍ବାଟ୍ସଆପ୍ ଚାଲିବ କି ନାହିଁ।

ଏଥି ସହିତ ୨୦୨୧ ନୂଆବର୍ଷରୁ ହ୍ବାଟ୍ସଆପ୍ ତାର ବ୍ୟବହାରକାରୀଙ୍କ ପାଇଁ କିଛି ନୂଆ features ମଧ୍ୟ ଆଣୁଛି। WABetaInfo ତଥ୍ୟ ଅନୁସାରେ ନୂଆବର୍ଷରୁ ହ୍ବାଟ୍ସଆପ୍ ସବୁଠୁ ଖାସ୍‌ ‌ features ଆସୁଛି। ହ୍ବାଟ୍ସଆପ୍ ଅପଡେଟ୍‌ ପରେ ଆପଣ ଏକା ସାଙ୍ଗରେ ଅନେକ ଫଟୋ ଏବଂ ଭିଡିଓ କପି କରି ଅନ୍ୟ ଏକ ଚାଟ୍‌ରେ ପେଷ୍ଟ କରିପାରିବେ।

Comments are closed.