ନିଜର ଖୁସି ପାଇଁ କ’ଣ କରିବେ?

ଜୀବନର ମୂଲ୍ୟକୁ ବୁଝିସାରିଥିବା ଲୋକ ଖୁସି ସାଉଁଟିନଥାନ୍ତି, ବରଂ ପ୍ରତି ମୁହୂର୍ତ୍ତକୁ ଉପଭୋଗ କରିଥାନ୍ତି। ଏହା ମଧ୍ୟ ଆମେ ଜାଣିରଖିବା ଉଚିତ ଯେ ସମସ୍ତଙ୍କ ପ୍ରକୃତି ଭିନ୍ନଭିନ୍ନ। ସାମାନ୍ୟ କଥାରେ ମଧ୍ୟ କେତେଜଣ ମନ ଖରାପ କରୁଥିବାର ଦେଖାଯାଏ। ସବୁବେଳେ ନିଜ ଖୁସିକୁ ପ୍ରାଧାନ୍ୟ ଦିଅନ୍ତୁ।
– ପରିସ୍ଥିତି ଯେତେ କଷ୍ଟକର ହେଲେ ସୁଦ୍ଧା ଆପଣ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ। ମାନସିକ ଭାବେ ଦୃଢ଼ ରହିଲେ ହିଁ ନିଜର ଯତ୍ନ ଭଲଭାବେ ନେଇପାରିବେ।
– ଅନ୍ୟକୁ ଖୁସି କରିବାକୁ ଯାଇ ନିଜକୁ କଷ୍ଟ ଦେଲେ କିଛି ଲାଭ ମିଳେ ନାହିଁ। ଯଦି ଆପଣଙ୍କ ଇଚ୍ଛା ନାହିଁ, ଅନ୍ୟର ପ୍ରତିଟି କଥାରେ ହଁ ଭରନ୍ତୁନାହିଁ। ନିଜେ ହିଁ ହଇରାଣ ହେବେ।
– ପରିବାର ସଦସ୍ୟ ସହ ମତାନ୍ତର କିମ୍ବା ମନାନ୍ତର ହେଲେ, ନିଜେ ଏହାର ସମାଧାନ କରନ୍ତୁ। ଅନ୍ୟମାନଙ୍କୁ କହିଲେ କିଛି ଲାଭ ମିଳେନାହିଁ ବୋଲି ଜାଣିରଖନ୍ତୁ।
– ମାନସିକ ଚାପରୁ ଦୂରରେ ରହିବାକୁ ଚାହୁଁଥିଲେ, ଅଧିକାଂଶ ସମୟ ଗୀତ ଶୁଣନ୍ତୁ। ଶ୍ରୁତିମଧୁର ଗୀତ ବିଭିନ୍ନ ସମସ୍ୟାର ଉପଚାର ବୋଲି ବିଶେଷଜ୍ଞଙ୍କ ମତ।

Comments are closed.