ଦୁଃଖଦ ; କରୋନା ସଂକ୍ରମିତ ଜାଣି ପିତା ପୁଅକୁ ଷ୍ଟେସନରେ ଛାଡି ଦେଲେ ଏକା

କଲକାତା : କରୋନାର କାୟା ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଏହି ମହାମାରୀ ନିଜର ପ୍ରଭାବ କେବଳ ମଣିଷ ଉପରେ ନୁହେଁ ବରଂ ସମ୍ପର୍କ ଉପରେ ପକାଇଥିବା ମଧ୍ୟ ଦେଖାଯାଇଛି। ଏଭଳି ବହୁ ଘଟଣା ସାମ୍ନାକୁ ଆସୁଛି। ଯେଉଁଥିରେ ନିଜ ଲୋକେ ହିଁ ଏକା ଛାଡି ଦେଉଛନ୍ତି। ଏବେ କଲକାତାରୁ ଏଭଳି ହିଁ ଏକ ଘଟଣା ନଜର ଆସିଛି। ଜଣେ ନାବାଳକ କରୋନା କରୋନା ସଂକ୍ରମିତ ହେବାରୁ ତା’ବାପା ତାକୁ ଷ୍ଟେସନରେ ହିଁ ଛାଡି ଦେଇ ଆସିଲେ।
ମିଳିଥିବା ସୂଚନା ଅନୁଯାୟୀ, କଲକାତାର ଏକ ଷ୍ଟେସନରେ ୧୩ ବର୍ଷର ଜଣେ ନାବାଳକ କାନ୍ଦୁ ଥିବା ଅବସ୍ଥାରେ ମିଳିଥିଲା। ତା’ ନିକଟରେ ସେ କରୋନା ସଂକ୍ରମିତ ବୋଲି ରିପୋର୍ଟ ଥିଲା। ପୁଲିସ ନାବାଳକଟିକୁ ଉଦ୍ଧାର କରିବା ସହ ସଠିକ ସ୍ଥାନକୁ ପହଞ୍ଚାଇଥିଲେ। କିଛି ଘଣ୍ଟା ତଦନ୍ତ କରିବା ପରେ ନାବାଳକର ଠାକ ଠିକଣା ମିଳିବା ପରେ ପରିଜନଙ୍କ ନିକଟରେ ଛାଡି ଦେଇଥିଲେ। ପିଲାଟିର ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡିଛି। ଅଧିକାରୀଙ୍କ କହିବା ଅନୁଯାୟୀ, ନାବାଳକଟି କରୋନା ପଜିଟିଭ ଜଣାପଡିବା ପରେ ପିତା ଭୟରେ ପିଲାଟିକୁ ଷ୍ଟେସନରେ ଛାଡି ପଳାଇଆସିଥିଲେ।

 

Comments are closed.