ଜଙ୍ଗଲକୁ ଖେଳିବାକୁ ଯାଇଥିବା ପିଲାଙ୍କୁ ଗୁଣିଗାରେଡି ସନ୍ଦେହ; ୨ମୃତ, ୨ଗୁରୁତର

କୋଲକାତା : ପଶ୍ଚିମବଙ୍ଗ ମାଲଦା ଜିଲାର ଗଜୋଲେ ଥାନା ଅନ୍ତର୍ଗତ ଏକ ଜଙ୍ଗଲକୁ ଖେଳିବାକୁ ଯାଇଥିବା କିଛି ପିଲାଙ୍କୁ ଜଣେ ତାନ୍ତ୍ରିକ ଗୁଣିଗାରେଡି କରିଥିବା ସନ୍ଦେହ କରାଯାଉଛି। ଏଥିରେ ଦୁଇ ଜଣ ପିଲାଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତ ଦୁଇ ପିଲାଙ୍କ ବୟସ ୫ଓ ୭ବର୍ଷ ହୋଇଥିବା ବେଳେ ଆହତ ଦୁଇ ଜଣ ୩ଓ ୬ବର୍ଷର ଦୁଇ ଭଉଣି ହୋଇଥିବା ଜଣାପଡିଛି। ଏନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
ଗୁଣିଗାରେଡି ଦ୍ବାରା ପିଲାଙ୍କର ମୃତ୍ୟୁ ହୋଇଥିବା କିଛି ଅଭିଭାବକ କହିଥିବା ବେଳେ ପିଲାମାନେ ଜଙ୍ଗଲରେ କିଛି ବିଶାକ୍ତ ଫଳ ଖାଇଦେଇଥିବାରୁ ଏଭଳି ହୋଇଥିବା ଅନୁମାନ କରାଯାଉଥିବା ଜଣେ ପୁଲିସକର୍ମୀ କହିଛନ୍ତି। ଅନ୍ୟପକ୍ଷରେ ଆହତ ପିଲାଙ୍କୁ ଡାକ୍ତରଖାନା ଭେଟିବାକୁ ଯାଇଥିବା ଟିଏମସିର ସ୍ଥାନୀୟ ବିଧାୟକ ବୀପାଳି ବିଶ୍ବାସ ଏହା ଏକ ଅନ୍ଧବିଶ୍ବାସ ବୋଲି କହିଛନ୍ତି। ସେ କହିଛନ୍ତି ଯେ, ଯଦି ପରିବାର ଲୋକ ଆହତ ପିଲାମାନଙ୍କୁ ଗୁଣିଆ ପାଖକୁ ନେବା ପରିବର୍ତ୍ତେ ପ୍ରଥମେ ଡ଼ାକ୍ତରଙ୍କ ପାଖକୁ ନେଇଥାନ୍ତେ ତେବେ ଆଜି ପିଲା ଦୁଇ ଜଣଙ୍କ ଜୀବନ ହୁଏତ ବଞ୍ଚିଯାଇଥନ୍ତା।

Comments are closed.