ପଶ୍ଚିମବଙ୍ଗରେ ପୁଲିସ୍‍-ବିଜେପି କର୍ମୀଙ୍କ ମଧ୍ୟରେ ସଂଘର୍ଷ; ୩ ଆହତ

କଲକାତା : ପଶ୍ଚିମବଙ୍ଗର ଦକ୍ଷିଣ ମିର୍ଜାପୁରରେ ଶନିବାର ଅପରାହ୍ଣରେ ବିଜେପି କର୍ମୀ ଓ ପୁଲିସ୍‍ଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଜଣେ ପୁଲିସ୍‍ ସବଇନ୍ସପେକ୍ଟରଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି।
ଗଙ୍ଗାରାମପୁରରେ ପୁଲିସ୍‍ କର୍ମୀ ବିଜେପି ସାଂସଦ ଦିଲ୍ଲୀପ ଘୋଷଙ୍କ ଶୋଭାଯାତ୍ରାକୁ ଅଟକାଇବା ପରେ ବିଜେପି କର୍ମୀମାନେ ଉଗ୍ର ରୂପ ଧାରଣ କରିଥିଲେ। ଫଳରେ ପୁଲିସ୍‍ ପକ୍ଷରୁ ଲାଠି ଚାଳନା କରିବାକୁ ପଡ଼ିଥିଲା। ବିଜେପି ସାଂସଦ ଦିଲ୍ଲୀପ ଘୋଷ କହିଛନ୍ତି ଯେ ଭୋଟ ଦେଇ ଜିତାଇଥିବା ଲୋକଙ୍କୁ ଧନ୍ୟବାଦ ଜ୍ଞାପନ କରିବା ପାଇଁ ମୁଁ ଲୋକଙ୍କୁ ଭେଟିବାକୁ ଚାହୁଁଛି। ହେଲେ ପୁଲିସ୍‍ ମୋତେ ଲୋକଙ୍କୁ ଭେଟିବାକୁ ଦେଉନାହିଁ। ଟିଏମସି ସମର୍ଥକ ଆମ ଉପରେ ଆକ୍ରମଣ କରୁଛନ୍ତି। ଫଳରେ ଆମର କିଛି ସମର୍ଥକ ଓ ପୁଲିସ୍‍ କର୍ମୀ ଆହତ ହୋଇଛନ୍ତି। ହିଂସାକୁ ଦେଖି ଗଙ୍ଗାରାମପୁରରେ ୧୪୪ ଧାରା ଜାରି କରାଯାଇଛି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ହିଂସା ପାଇଁ ବିଜେପିକୁ ଦାୟୀ କରିଛନ୍ତି। ମମତା କହିଛନ୍ତି ଯେ ବିଜେପିର କୌଣସି ନେତାଙ୍କୁ ବିଜୟ ଶୋଭାଯାତ୍ରାର ଅନୁମତି ଦିଆଯିବ ନାହିଁ। ଏହାର ଉଲ୍ଲଙ୍ଘନ କରିବା ଲୋକଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ପୁଲିସ୍‍କୁ କହିଛନ୍ତି।

Comments are closed.