ପଶ୍ଚିମବଙ୍ଗରେ ପୁଣି ହିଂସା ; ବିଜେପି ଓ ଟିଏମସି କର୍ମୀଙ୍କୁ ହତ୍ୟା ଅଭିଯୋଗ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ପାଇଁ ରବିବାର ୭ଟି ରାଜ୍ୟରେ ୫୯ ଆସନ ପାଇଁ ମତଦାନ ଜାରି ରହିଛି । ସେହିପରି ପଶ୍ଚିମବଙ୍ଗରେ ୮ଟି ଆସନ ପାଇଁ ମତଦାନ ଚାଲିଛି । କିନ୍ତୁ ମତଦାନ ଆରମ୍ଭ ହେବା ପୂର୍ବରୁ ବିଜେପିର ଏକ ବୁଥ୍ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏହି ହତ୍ୟାକାଣ୍ଡ ପଶ୍ଚିମବଙ୍ଗର ଝାରଗ୍ରାମରେ ଘଟିଛି । ମୃତକଙ୍କ ନାମ ହେଉଛି ରାମେନ ସିଂହ । ଏହା ସହ ତୃଣମୂଳ କଂଗ୍ରେସର ଜଣେ କର୍ମୀଙ୍କ ମୃତଦେହ ମଧ୍ୟ ଉଦ୍ଧାର ହୋଇଛି । ଏତତ୍ ବ୍ୟତୀତ ତୃଣମୂଳ କଂଗ୍ରେସର ଅନ୍ୟ ଦୁଇ ଜଣ କର୍ମୀଙ୍କୁ ଗୁଳି ମାଡ ହୋଇଥିବା ସୂଚନା ମିଳିଛି । ମିଦନାପୁରରେ ଏହି ଅଘଟଣ ଘଟିଛି । ସେମାନଙ୍କୁ ତମଲୁକ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ସହ ଟିଏମସି କାର୍ଯ୍ୟାଳୟ ଉପରକୁ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏଥିପାଇଁ ଟିଏମସି ବିଜେପିକୁ ଦାୟୀ କରିଛି ।

 

Comments are closed.