ଏହି ଉପାୟରେ କରନ୍ତୁ ନବବର୍ଷକୁ ସ୍ୱାଗତ

ନବବର୍ଷ ଆସିବାକୁ ଆଉ ଅଳ୍ପ ଦିନ ବାକି ରହିଛି। ସଭିଁଙ୍କୁ ୨୦୨୧ବର୍ଷକୁ ଖୁବ ଆଗ୍ରହ ଓ ଉଲ୍ଲାସର ସହ ଅପେକ୍ଷା କରିଛନ୍ତି। ନୂଆବର୍ଷକୁ ସ୍ୱତନ୍ତ୍ର ଓ ହସଖୁସିରେ ବିତାଇବାକୁ ଏବେ ଠାରୁ ଘରକୁ ସଜାଇବା ଓ ଅନ୍ୟାନ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆପଣ ମଧ୍ୟ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଯଦି ଚିନ୍ତା କରୁଛନ୍ତି ତେବେ ଏହି ବାସ୍ତୁ ଉପାୟ ପ୍ରତି ଧ୍ୟାନ ଦିଅନ୍ତୁ। ଏହାଦ୍ୱାରା ନୂଆବର୍ଷ ଆପଣଙ୍କର ହସଖୁସିର ବିତିବ। ଏହି ଉପାୟରେ କରନ୍ତୁ ନବବର୍ଷକୁ ସ୍ୱାଗତ କରିବା ସହ ଘରକୁ ସଜାନ୍ତୁ …..
ଏହି ରଙ୍ଗର କରନ୍ତୁ ଚୟନ….
ନୂଆବର୍ଷର ସ୍ୱାଗତ କରିବା ପାଇଁ ପ୍ରଥମେ ନିଜ ଘରକୁ ସଫା କରନ୍ତୁ। ଘରର କଣ ମାନଙ୍କୁ ମଧ୍ୟ ଭଲରେ ସଫା କରନ୍ତୁ। ଯଦି ବହୁଦିନରୁ ଘର ରଙ୍ଗ କରିନାହାନ୍ତି, ତେବେ ରଙ୍ଗ କରନ୍ତୁ। ବାସ୍ତୁ ଅନୁଯାୟୀ, ସଠିକ ରଙ୍ଗର ଚୟନ କରନ୍ତୁ।
ନୂଆବର୍ଷର ସ୍ୱାଗତ କରିବା ପାଇଁ ଘରକୁ ମିଳୁଥିବା ସୁନ୍ଦର ସୁନ୍ଦର ନୂଆ ସାଜସଜ୍ଜାର ଜିନିଷ ବ୍ୟବହାର କରନ୍ତୁ।
ବନ୍ଦ ଥିବା ଘଣ୍ଟା, ଅନ୍ୟାନ୍ୟ ଅଦରକାରୀ ଜିନିଷକୁ ବାହାର କରି ଦିଅନ୍ତୁ –
ଆପଣଙ୍କ ଘରେ ଯଦି ବନ୍ଦ ଘଣ୍ଟା ରହିଛି ତେବେ ତାହାକୁ ତୁରନ୍ତ ସଜାଡି ଦିଅନ୍ତୁ।ବନ୍ଦ ଘଣ୍ଟା ଘରେ ରହିବା ଅଶୁଭ ବୋଲି କୁହାଯାଏ। ଘରେ ଥିବା ଅଦରକାରୀ ଜିନିଷ, ବୈଦୁତିକ ଉପକରଣ ଥିଲେ ତାହାକୁ ମଧ୍ୟ ଘରେ ରଖନ୍ତୁ ନାହିଁ।
ଘରର ସାଜସଜ୍ଜାରେ ଗଛ ମଧ୍ୟ ସାମିଲ କରନ୍ତୁ। ବାସ୍ତୁ ଅନୁଯାୟୀ ଏହା ଦ୍ୱାରା ସୁଖସମୃଦ୍ଧି ଆସିଥାଏ।
ନବବର୍ଷର ସ୍ୱାଗତ କରିବା ପାଇଁ ପ୍ରଥମେ ରୋଷେଇ ଘରେ ଥିବା ପୁରୁଣା ଭଙ୍ଗାତୁଟା ବାସନକୁସନ ବାହାର କରି ଦିଅନ୍ତୁ। ଭଙ୍ଗାବାସନ ଘରେ ରହିଲେ ଉନ୍ନତିରେ ବାଧା ସୃଷ୍ଟି ହୋଇଥାଏ।

Comments are closed.