ଆଡେଣିଗଡରେ ନୂତନ ସାପ୍ତାହିକ ହାଟର ଉଦଘାଟନ

ହରଭଙ୍ଗା : ହରଭଙ୍ଗା ବ୍ଲକ ଆଡେଣିଗଡ ପଞ୍ଚାୟତ ସଦର ମହକୁମାରେ ବୁଧବାର ଏକ ନୂତନ ସାପ୍ତାହିକ ହାଟର ଶୁଭଉଦଘାନ କାର୍ଯ୍ୟକ୍ରମ ସ୍ଥାନୀୟ ସରପଞ୍ଚ ଅଜିତ କୁମାର ପ୍ରଧାନଙ୍କ ଦ୍ୱାରା ହୋଇଯାଇଛି। ସ୍ଥାନୀୟ ଶିବମନ୍ଦିର ନିକଟରେ ହାଟଟି ବସିବ ବୋଲି ସ୍ଥିର କରାଯାଇଛି । ବ୍ୟବସାୟୀକ ଏବଂ ବଜାର ସୁବିଧାକୁ ଦୃଷ୍ଟିରେ ରଖି ଆଡେଣିଗଡରେ ଏକ ସାପ୍ତାହିକ ହାଟ ଖୋଲିବା ପାଇଁ ଦାବୀ ହୋଇଆସୁଥିଲା। ଏହାଦ୍ବାରା ସ୍ଥାନୀୟ ଜନସାଧାରଣଙ୍କ ଦୀର୍ଘଦିନର ଦାବୀ ପୂରଣ ହେବା ସହିତ ହାଟ ପାଇଁ ଆଉ ଲୋକଙ୍କୁ ଚାରିଛକ, ମାଧପୁର ହାଟ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ଆଗାମୀ ଦିନରେ ସାପ୍ତାହିକ ହାଟ ପାଇଁ  ସ୍ଥାୟୀ ବଜାର ଘର ନିର୍ମାଣ କରାଯିବ ବୋଲି ସ୍ଥାନୀୟ ସରପଞ୍ଚ ସୂଚନା ଦେଇଛନ୍ତି। ପ୍ରତ୍ୟେକ ବୁଧବାର ହାଟ ବସିବ ଏବଂ ଆଡେଣିଗଡ ପଞ୍ଚାୟତର ଦୁର୍ଗମ ଅଂଚଳ ଲୋକଙ୍କ ଅସୁବିଧା ଦୂର ହେବ।

Comments are closed.