ସାପ୍ତାହିକ ରାଶିଫଳ

ମେଷ: ରବିବାର ଜଗିରଖି ଚଳନ୍ତୁ। ସୋମବାର ଓ ମଙ୍ଗଳବାର କାର୍ୟ୍ୟରେ ପ୍ରତିଷ୍ଠା ପ୍ରାପ୍ତ କରିବେ। ବୁଧବାର ଓ ଗୁରୁବାର ସମ୍ବେଦନଶୀଳ ହେବେ। ଶୁକ୍ରବାର ଓ ଶନିବାର ଠାରୁ ବ୍ୟବସାୟରେ ଲାଭବାନ ହେବେ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀସୁନ୍ଦରାକାଣ୍ଡ ପାଠ କରନ୍ତୁ।
ବୃଷ: ରବିବାର ସଫଳତା ପ୍ରାପ୍ତ ହେବ। ସୋମବାର ଓ ମଙ୍ଗଳବାର ସାବଧାନତା ଲୋଡ଼ା। ବୁଧବାର ଓ ଗୁରୁୁବାର ନୂତନ ନିଯୁକ୍ତି ମିଳିପାରେ। ଶୁକ୍ରବାର ଓ ଶନିବାରଠାରୁ ରାଜଦଣ୍ଡର ସମ୍ଭାବନା ରହିଛି। ମହିଳା ଓ ବିଦ୍ୟାର୍ଥୀ ଲାଭବାନ ହେବେ। ରିଷ୍ଟଖଣ୍ଡନ ପାଇଁ ଶିବ ସ୍ତୋତ୍ର ପାଠ କରନ୍ତୁ।
ମିଥୁନ: ରବିବାର ଅସୁବିଧାରେ ପଡ଼ିବେ। ସୋମବାର ଓ ମଙ୍ଗଳବାର ସଫଳତା ଲାଭ କରିବେ। ବୁଧବାର ଓ ଗୁରୁୁବାର ପ୍ରଗତିରେ ପଥରୋଧ ହେବ। ଶୁକ୍ରବାର ଓ ଶନିବାର ସମୟ ଅନୁକୂଳ ରହିବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଗଣେଶଙ୍କ ମନ୍ତ୍ର ଜପ କରନ୍ତୁ।
କର୍କଟ: ରବିବାର ଶତ୍ରୁଙ୍କୁ ପରାସ୍ତ କରିବେ। ସୋମବାର ଓ ମଙ୍ଗଳବାର ବିବାଦରେ ପଡିପାରନ୍ତି। ବୁଧବାର ଓ ଗୁରୁୁବାର କାର୍ୟ୍ୟସିଦ୍ଧିହେବ। ଶୁକ୍ରବାର ଓ ଶନିବାରଠାରୁ ସାବଧାନତା ଲୋଡ଼ା। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମଫଳ ପାଇବେ। ରିଷ୍ଟଖଣ୍ଡନ ପାଇଁ ଭୁବନେଶ୍ବରୀଙ୍କ କବଚ ପାଠ କରନ୍ତୁ।
ସିଂହ: ରବିବାର ଆଘାତ ଲାଗିପାରେ। ସୋମବାର ଓ ମଙ୍ଗଳବାର ନୂତନ ବନ୍ଧୁ ଲାଭ ହେବ। ବୁଧବାର ଓ ଗୁରୁୁବାର ଖର୍ଚ୍ଚ ବୃଦ୍ଧି ହେବ। ଶୁକ୍ରବାର ଓ ଶନିବାର ଶତ୍ରୁକୁ ପରାସ୍ତ କରିବେ। ସୃଜନଶୀଳ ହେବେ। ମହିଳା ଓ ବିଦ୍ୟାର୍ଥୀ ରୁଚିଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଭଟ୍ଟାରିକାଷ୍ଟକ ପାଠ କରନ୍ତୁ।
କନ୍ୟା: ରବିବାର ସନ୍ତାନ ହେତୁକ ସମସ୍ୟା ଦୂର ହେବ। ସୋମବାର ଓ ମଙ୍ଗଳବାର ବିବାଦରେ ପଡ଼ିବେ। ବୁଧବାର ଓ ଗୁରୁୁବାର ସ୍ତ୍ରୀ ହେତୁକ ଧନପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ନୂତନ ନିଯୁକ୍ତି ମିଳିପାରେ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।
ତୁଳା: ରବିବାରଠାରୁ ମଙ୍ଗଳବାର ପର୍ୟ୍ୟନ୍ତ କର୍ମ ଅନୁସାରେ ଫଳ ପ୍ରାପ୍ତିହେବ। ବୁଧବାର ଓ ଗୁରୁୁବାର ସାବଧାନତା ଲୋଡ଼ା। ଶୁକ୍ରବାର ଓ ଶନିବାର ପାରିବାରିକ ଶାନ୍ତି ମିଳିବ। କାର୍ୟ୍ୟସିଦ୍ଧି ହେବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଶିବଙ୍କ ସ୍ତୋତ୍ର ପାଠ କରନ୍ତୁ।
ବିଛା: ରବିବାରଠାରୁ ମଙ୍ଗଳବାର ପର୍ୟ୍ୟନ୍ତ ସମୟ ଅନୁକୂଳ ରହିବ। ବୁଧବାର ଓ ଗୁରୁୁବାର କାର୍ୟ୍ୟସିଦ୍ଧି ହେବ। ଧନପ୍ରାପ୍ତ ହେବ। ନୂତନ ନିଯୁକ୍ତି ମିଳିପାରେ। ଶୁକ୍ରବାର ଓ ଶନିବାର ଅସୁବିଧାରେ ପଡ଼ିବେ। ମହିଳା ଓ ବିଦ୍ୟାର୍ଥୀ ସୃଜନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଲକ୍ଷ୍ମୀ ନୃସିଂହ ମନ୍ତ୍ର ଜପ କରନ୍ତୁ।
ଧନୁ: ରବିବାର ଆଘାତ ଲାଗିପାରେ। ସୋମବାର ଠାରୁ ବୁଧବାର ପର୍ୟ୍ୟନ୍ତ ସମୟ ଆପଣଙ୍କ ସପକ୍ଷରେ ଯିବ। ଗୁରୁବାର ଠାରୁ ଶନିବାର ପର୍ୟ୍ୟନ୍ତ ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। ନୂତନ ନିଯୁକ୍ତି ମିଳିପାରେ। ମହିଳା ଓ ବିଦ୍ୟାର୍ଥୀ ଲାଭବାନ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ ଦୁର୍ଗା ଷ୍ଟକ ପାଠ କରନ୍ତୁ।
ମକର: ରବିବାର ପରୋପକାରୀ ହେବେ। ସୋମବାର ଓ ମଙ୍ଗଳବାର ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ। ବୁଧବାର ଓ ଗୁରୁୁବାର ସ୍ତ୍ରୀଙ୍କ ସହଯୋଗ ପାଇବେ। ଶୁକ୍ରବାର ଓ ଶନିବାର ଶତ୍ରୁ ପରାସ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ କର୍ମାଶ୍ରୟୀ ହେବେ। ରିଷ୍ଟଖଣ୍ଡନ ପାଇଁ ସ୍କନ୍ଧ କବଚ ପାଠ କରନ୍ତୁ।
କୁମ୍ଭ: ରବିବାରଠାରୁ ମଙ୍ଗଳବାର ପର୍ୟ୍ୟନ୍ତ ଧୈର୍ୟ୍ୟ ଆପଣଙ୍କ ଭୂଷଣ ହେବ। ନୂତନ ନିଯୁକ୍ୟୁ ତି ମିଳିପାରେ। ବୁଧବାର ଓ ଗୁରୁୁବାର ଜଗିରଖି ଚଳିବେ। ଶକ୍ରବାର ଓ ଶନିବାର ଠାରୁ ସମସ୍ୟାରୁ ମୁକ୍ତି ପାଇବେ। ମହିଳା ଓ ବିଦ୍ୟାର୍ଥୀ ମଧ୍ୟମ ଫଳ ପାଇବେ। ରିଷ୍ଟଖଣ୍ଡନ ପାଇଁ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ।
ମୀନ: ରବିବାରଠାରୁ ମଙ୍ଗଳବାର ପର୍ୟ୍ୟନ୍ତ ବ୍ୟବସାୟରେ ଲାଭବାନ ହେବେ। ବୁଧବାର ଓ ଗୁରୁୁବାର ଧାର୍ମିକ ଚିନ୍ତାଧାରାଯୁକ୍ତ ହେବେ। ଶୁକ୍ରବାର ଓ ଶନିବାର ଠାରୁ ଶାରୀରିକ ଅସୁସ୍ଥ ତା ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ରୁଦ୍ରାଷ୍ଟକ ପାଠ କରନ୍ତୁ।

Comments are closed.