ସାପ୍ତାହିକ ରାଶିଫଳ (୨୧/୧୧ରୁ ୨୭/୧୧/୨୦୨୧)
ମେଷ : ରବିବାର ବିବାଦରେ ପଡ଼ିପାରନ୍ତି। ସୋମବାର ଓ ମଙ୍ଗଳବାର ଆର୍ଥିକ ଚିନ୍ତା ଦୂରୀଭୂତ ହେବ। ବୁଧବାର ଓ ଗୁରୁବାର ପାରିବାରିକ ଅଶାନ୍ତି ଦେଖାଦେବ। ଶୁକ୍ରବାର ଓ ଶନିବାର ସୁସମ୍ବାଦ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ଲାଭବାନ ହେବେ। ରିଷ୍ଟଖଣ୍ତନ ପାଇଁ ହନୁମାନ ଚାଳିଶା ପାଠ କରନ୍ତୁ।
ବୃଷ : ରବିବାର ସଫଳତା ପାଇବେ। ସୋମବାର ଓ ମଙ୍ଗଳବାର ସାବଧାନତା ଅବଲମ୍ବନ କରନ୍ତୁ। ବୁଧବାର ଓ ଗୁରୁବାର ବ୍ୟବସାୟରେ ଲାଭବାନ ହେବେ। ଶୁକ୍ରବାର ଓ ଶନିବାର ମଧ୍ୟମ ଫଳ ପ୍ରାପ୍ତ ହେବ। ମହିଳା ଓ ବିଦ୍ୟାର୍ଥୀ ଜଗିରଖି ଚଳିବେ। ରିଷ୍ଟଖଣ୍ଡନ ପାଇଁ ଶିବଙ୍କ ମନ୍ତ୍ର ଜପ କରନ୍ତୁ।
ମିଥୁନ : ରବିବାର ଶତ୍ରୁଦ୍ବାରା ପରାସ୍ତ ହେବେ। ସୋମବାର ଓ ମଙ୍ଗଳବାର ଆର୍ଥିକ ଚିନ୍ତା ଦୂର ହେବ। ବୁଧବାର ଓ ଗୁରୁବାର ପ୍ରଗତିରେ ପଥରୋଧ ହେବ। ଶୁକ୍ରବାର ଓ ଶନିବାର ସମୟ ଅନୁକୂଳ ରହିବ। ମହିଳା ଓ ବିଦ୍ୟାର୍ଥୀ ସଫଳତା ପାଇବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀଗଣେଶଙ୍କ ମନ୍ତ୍ର ଜପ କରନ୍ତୁ।
କର୍କଟ : ରବିବାର ଜମିବାଡ଼ି ସମସ୍ୟା ଦୂର ହେବ। ସୋମବାର ଓ ମଙ୍ଗଳବାର ଅଣ୍ଟାରେ ଯନ୍ତ୍ରଣା ଦେଖାଦେବ। ବୁଧବାର ଓ ଗୁରୁବାର ପ୍ରତିଷ୍ଠାଯୁକ୍ତ ହେବେ। ଶୁକ୍ରବାର ଓ ଶନିବାର ପାରିବାରିକ ଶାନ୍ତି ଦେଖାଦେବ। ମହିଳା ଓ ବିଦ୍ୟାର୍ଥୀ ଲାଭବାନ ହେବେ। ରିଷ୍ଟଖଣ୍ଡନ ପାଇଁ ଦୁର୍ଗାଷ୍ଟକ ପାଠ କରନ୍ତୁ।
ସିଂହ : ରବିବାର ଜଗିରଖି ଚଳିବେ। ସୋମବାର ଓ ମଙ୍ଗଳବାର ତୀର୍ଥଯାତ୍ରା କରିପାରନ୍ତି। ବୁଧବାର ଓ ଗୁରୁବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶୁକ୍ରବାର ଓ ଶନିବାର ସୁସମ୍ବାଦ ପ୍ରାପ୍ତ ହେବ। ବନ୍ଧୁଙ୍କ ଆଗମନ ହେବ। ମହିଳା ଓ ବିଦ୍ୟାର୍ଥୀ ରକ୍ଷଣଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଭଟ୍ଟାରିକାଷ୍ଟକ ପାଠ କରନ୍ତୁ।
କନ୍ୟା : ରବିବାର ସନ୍ତାନହେତୁକ ସମସ୍ୟା ଦୂର ହେବ। ସୋମବାର ଓ ମଙ୍ଗଳବାର ଅପବାଦରେ ସମ୍ମୁଖୀନ ହେବେ। ବୁଧବାର ଓ ଗୁରୁବାର ଜମି କ୍ରୟ କରିପାରନ୍ତି। ଶୁକ୍ରବାର ଓ ଶନିବାର ଶତ୍ରୁ ପରାସ୍ତ ହେବେ। ମହିଳା ଓ ବିଦ୍ୟାର୍ଥୀ ଯତ୍ନଶୀଳ ହେବେ। ରିଷ୍ଟଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ରଜପ କରନ୍ତୁ।
Related Posts
Comments are closed.