ସାପ୍ତାହିକ ରାଶିଫଳ (୦୫ – ୧୧.୧୨.୨୦୨୧)

ମେ​ଷ:​‌ ରବିବାର ଦୂରଯାତ୍ରା ନିଷେଧ। ବୁଧବାର, ଗୁରୁବାର ଅଧିକ ଖର୍ଚ୍ଚାନ୍ତରେ ପଡ଼ିବେ। ଶୁକ୍ରବାର ଓ ଶନିବାର ବନ୍ଧୁ ସହଯୋଗ ପ୍ରାପ୍ତ ହେବ। ରିଷ୍ଟଖଣ୍ଡନ ପାଇଁ ଶ୍ରୀସୁନ୍ଦରାକାଣ୍ଡ ପାଠ କରନ୍ତୁ।
ବୃଷ: ରବିବାର ଲାଭବାନ ହେବେ। ସୋମବାର ଓ ମଙ୍ଗଳବାର ଶାରୀରିକ ଅସୁସ୍ଥତା ଦେଖାଦେବ। ଶୁକ୍ରବାର ଓ ଶନିବାର ବନ୍ଧୁ ସହ ମନୋମାଳିନ୍ୟ ଘଟିପାରେ। ରିଷ୍ଟଖଣ୍ଡନ ପାଇଁ ଓଁ ନମଃ ଶିବାୟ ମନ୍ତ୍ର ଜପ କରନ୍ତୁ।
ମିଥୁନ: ରବିବାର ଓ ସୋମବାର ପାରିବାରିକ ଆନନ୍ଦ ପ୍ରାପ୍ତ ହେବ। ମଙ୍ଗଳବାରଠାରୁ ଗୁରୁବାର ପର୍ଯ୍ୟନ୍ତ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। ଶୁକ୍ରବାର ଓ ଶନିବାର ଚୋରି ହୋଇପାରେ। ରିଷ୍ଟଖଣ୍ଡନ ପାଇଁ ଦୁର୍ଗାଷ୍ଟକ ପାଠ କରନ୍ତୁ।
କର୍କଟ: ରବିବାର ଓ ସୋମବାର ସୁସ୍ବାଦୁ ଭୋଜନ ପ୍ରାପ୍ତ ହେବ। ଶୁକ୍ରବାର ଓ ଶନିବାର ଦୂରଯାତ୍ରା ନ କରିବା ଭଲ। ରିଷ୍ଟଖଣ୍ଡନ ପାଇଁ ଓଁ ହ୍ରୀଂ ଓଁ ମନ୍ତ୍ର ଜପ କରନ୍ତୁ।
ସିଂହ: ରବିବାର ଆଘାତ ଲାଗିପାରେ। ଶୁକ୍ରବାର ଓ ଶନିବାର ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ। ରିଷ୍ଟଖଣ୍ଡନ ପାଇଁ ସୂର୍ଯ୍ୟାଷ୍ଟକ ପଢ଼ନ୍ତୁ।
କନ୍ୟା: ରବିବାର ଭ୍ରମଣ ପ୍ରିୟ ହେବେ। ସୋମବାର ଓ ମଙ୍ଗଳବାର ମାନସିକ ଅବସାଦ ଦେଖାଦେବ। ରିଷ୍ଟଖଣ୍ଡନ ପାଇଁ ଓଁ ଗଂ ଗଣପତୟେ ନମଃ ମନ୍ତ୍ର ଜପ କରନ୍ତୁ।
ତୁଳା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ଦୂରଦେଶକୁ ଯାତ୍ରା କରିପାରନ୍ତି। ବୁଧବାର ଓ ଗୁରୁବାର ବିବାଦରେ ପଡ଼ିପାରନ୍ତି। ରିଷ୍ଟଖଣ୍ଡନ ପାଇଁ ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତୁ।
ବିଛା: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରରେ ପ୍ରତିଷ୍ଠା ପାଇବେ। ଶୁକ୍ରବାର ଓ ଶନିବାର ଆଘାତ ପ୍ରାପ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଲଂ ଲଳିତାଭ୍ୟାଂ ନମଃ ମନ୍ତ୍ର ଜପ କରନ୍ତୁ।
ଧନୁ: ରବିବାର ଅସୁସ୍ଥତା ଦେଖାଦେବ। ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ନୂତନ ନିଯୁକ୍ତି ମିଳିପାରେ। ରିଷ୍ଟଖଣ୍ଡନ ପାଇଁ ମା’ ତାରାଙ୍କ କବଚ ପାଠ କରନ୍ତୁ।
ମକର: ରବିବାର ବନ୍ଧୁ ସହଯୋଗ ପ୍ରାପ୍ତ ହେବ। ବୁଧବାର ଓ ଗୁରୁବାର ସନ୍ତାନ ହେତୁକ ସମସ୍ୟା ଦେଖାଦେବ। ଶୁକ୍ରବାର ଓ ଶନିବାର ଶତ୍ରୁ ପରାସ୍ତ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ କାଳୀ ସହସ୍ର ନାମ ପାଠ କରନ୍ତୁ।
କୁମ୍ଭ: ରବିବାର ନୂତନ କାର୍ଯ୍ୟ ଆରମ୍ଭ କରିବେ। ଗୁରୁବାରରୁ ଶନିବାର କାର୍ଯ୍ୟରେ ଲାଭବାନ ହେବେ। ରିଷ୍ଟଖଣ୍ଡନ ପାଇଁ ଶ୍ରୀ କାଳୀ କର୍ପୂର ସ୍ତୋତ୍ର ପାଠ କରନ୍ତୁ।
ମୀନ: ରବିବାର ଆଧ୍ୟାତ୍ମିକବାଦୀ ହେବେ। ସୋମବାର ଓ ମଙ୍ଗଳବାର ଅଯଥା ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି। ଶୁକ୍ରବାର ଓ ଶନିବାର ସାବଧାନତା ଲୋଡ଼ା। ରିଷ୍ଟଖଣ୍ଡନ ପାଇଁ ଦୁର୍ଗାଷ୍ଟକ ପାଠ କରନ୍ତୁ।

Comments are closed.