ବୁଧବାର ରାଶିଫଳ (୨୧.୦୪.୨୦୨୧)

ମେଷ: ନିଜକୁ କଳହମୁକ୍ତ ରଖିପାରନ୍ତି। ଉଦାର ସ୍ୱଭାବର ହେବେ। ଦାନ ଧର୍ମକୁ ଶ୍ରେୟ ମଣିପାରନ୍ତି। ଆଦର୍ଶ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ। ପ୍ରେମୀ ଓ ବୁଦ୍ଧିମାନ୍‍ ହୋଇପାରନ୍ତିି। ଭାଇଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।
ବୃଷ: ସମ୍ମାନିତ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। ଈଶ୍ୱର ବିଶ୍ୱାସୀ ହେବେ। ଭାଷା ମଧୁର ହେତୁ ସାମାଜିକ କ୍ଷେତ୍ରରେ ଆଦରଣୀୟ ହେବେ। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଆଦର ସମ୍ମାନ ମିଳିବ। ବିବାଦରେ ବିଜୟୀ ହେବେ।
ମିଥୁନ: ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି। ମଧୁରଭାଷୀ, ସହନଶୀଳ ଓ ଶାନ୍ତିପ୍ରିୟ ହେବେ। ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ରମାନଙ୍କଠାରୁ ସାହାଯ୍ୟ ସହାନୁଭୂତି ପାଇ କୃତଜ୍ଞ ହେବେ।
କର୍କଟ: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ୟ୍ୟ ପ୍ରାପ୍ତିର ସୂଚନା ମିଳୁଛି। ରଣକ୍ଷେତ୍ରରେ ସୈନିକଙ୍କର ଆତ୍ମବଳ ପ୍ରକାଶ ପାଇବ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନ ପ୍ରାପ୍ତିର ସୂଚନା ମିଳୁଛି।
ସିଂହ: ବ୍ୟୟ ବୃଦ୍ଧି ଘଟିପାରେ। ଥଣ୍ଡା କଫଜନିତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଏକାନ୍ତବାସ ଆପଣଙ୍କ ପାଇଁ ସୁଖଦାୟକ ହେବ। ମଧୁର କଥା କହି ପରକୁ ଆପଣାର କରିବାରେ ପାରଙ୍ଗମ ହେବେ। ସାହସୀ ଓ ଜ୍ଞାନୀ ହେବେ।
କନ୍ୟା: ମୂଲ୍ୟବାନ୍‍ ଦ୍ରବ୍ୟ ଲାଭ ହୋଇପାରେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। କର୍ମଚଞ୍ଚଳ ରହିବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ଧନଲାଭର ସୂଚନା ମିଳୁଛି। କରିତ୍‍କର୍ମା ହେବେ।
ତୁଳା: କାର୍ୟ୍ୟରେ ସଫଳତା ଲାଭ କରିବେ। କୁଳ ପ୍ରଦୀପ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଦୟାଳୁ ସ୍ୱଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ଓ କୀର୍ତ୍ତିମାନ୍‍ ହେବେ।
ବିଛା: ଭ୍ରମଣ ଲାଭଦାୟକ ହୋଇପାରେ। ଭାଗ୍ୟଶାଳୀ ହେବେ। ଭୋଗ ବିଳାସରେ ଦିନଟି ଅତିବାହିତ କରିପାରନ୍ତି। ସୁଖ ସମୃଦ୍ଧିର ମୂଳଦୁଆ ପଡ଼ିପାରେ। ବିଦ୍ୱାନ୍‍, ସାହସୀ ଓ ସମ୍ପତ୍ତିଯୁକ୍ତ ହେବେ। ଉଦ୍ୟୋଗୀ ହୋଇପାରନ୍ତି।
ଧନୁ: ଖର୍ଚ୍ଚାନ୍ତ ହୋଇପାରନ୍ତି। ସ୍ୱାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହୋଇପାରେ। ଅଗ୍ନିମାନ୍ଦ୍ୟ ଯୋଗୁଁ ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ରାଜପୂଜା ମିିଳିପାରେ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ।
ମକର: କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ବ୍ୟବସାୟ ଲାଭଜନକ ହୋଇପାରେ। ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ସ୍ୱକର୍ମ ପାଇଁ ଗର୍ବିତ ହୋଇପାରନ୍ତି। ଧୈର୍ୟ୍ୟବାନ୍‍ ହେବେ। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।
କୁମ୍ଭ: ଶତ୍ରୁମାନେ ଭୟଭୀତ କରିବାକୁ ଉଦ୍ୟମ ଜାରି ରଖିବେ। ଶେଷରେ ଶତ୍ରୁଙ୍କୁ ନୈତିକ ବଳରେ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶରୀର ସୁସ୍ଥ ରହିବ। ଚାକିରି କ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଶଂସିତ ହେବେ।
ମୀନ: କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର ମନ୍ତ୍ରାଦି ଗୁପ୍ତବିଦ୍ୟା ପ୍ରତି ରୁଚି ରହିବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରେ ପ୍ରଚୁର ଲାଭ ହେବ।

Comments are closed.