ବୁଧବାର ରାଶିଫଳ – ୧୦ ମାର୍ଚ୍ଚ ୨୦୨୧

ମେଷ: ଶୁଭ ସମାଚାର ମିଳିପାରେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ।
ବୃଷ: କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ପାଇବେ ଓ ତା’ର ସଦ୍‍ବ୍ୟବହାର କରିବେ। ପ୍ରତିଯୋଗିତାରେ ବିଜୟୀ ହେବେ। ଭକ୍ତିଗାଥା ପ୍ରବଚନ ଶୁଣିବାରେ ଆଗ୍ରହ ପ୍ରକାଶ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ମିଥୁନ: ସ୍ୱାସ୍ଥ୍ୟରେ ଅବନତି ଘଟିବାର ସୂଚନା ମିଳୁଛି। ନିଅଁଣ୍ଟିଆ ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି। ନିଜକୁ କଳହମୁକ୍ତ ରଖିବାକୁ ଚେଷ୍ଟା କରିପାରନ୍ତି। ଶୁଭକାର୍ଯ୍ୟରୁ ବିରତ ରହିବାକୁ ପଡ଼ିବ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ।
କର୍କଟ: ବନ୍ଧୁ ମିଳନ ଘଟିପାରେ। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ପାରଙ୍ଗମ ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଖୀ ହେବେ।
ସିଂହ: ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭ ଖବର ପାଇ ଖୁସି ହେବେ। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରିବେ।
କନ୍ୟା: ଅଧ୍ୟାପନା ପାଇଁ ପ୍ରସ୍ତୁତି ପୂର୍ବକ ଅଧ୍ୟୟନରତ ହୋଇପାରନ୍ତି। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁ ସମ୍ବାଦ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ହଠାତ୍‍ କିଛି ଅର୍ଥ ମିଳିପାରେ। ସଞ୍ଚୟାଭିମୁଖୀ ହେବେ। ପୁତ୍ର ସୁଖ ମିଳିପାରେ।
ତୁଳା: ପରିଶ୍ରମ ଯେତେ କଠିନ ହେଉ ନା କାହିଁକି; ତା’ର ମୂଲ୍ୟ ମିଳିିବ। ଅବଶ୍ୟ କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। କାର୍ଯ୍ୟରେ ସଫଳତା ମିଳିବ; ମାତ୍ର ବହୁ କଷ୍ଟରେ। ଧୈର୍ଯ୍ୟବାନ୍‍ ହେବେ। ଯାନବାହନ ସୁଖ ମିଳିପାରେ।
ବିଛା: ଆଶାବାଦୀ ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଭଗବତ ପ୍ରେମୀ ହେବେ। ଦେବଦର୍ଶନର ସୌଭାଗ୍ୟ ଉଦୟ ହୋଇଛି। ସରକାରୀ ସ୍ତରରୁ ଲାଭବାନ୍‍ ହେବେ।
ଧନୁ: ଚିନ୍ତାଶୂନ୍ୟ ହୋଇପାରନ୍ତି। ଭାଗ୍ୟବାନ୍‍ ହେବେ। ନୀତିନିଷ୍ଠ ବ୍ୟକ୍ତିଭାବେ ସାମାଜିକ ସ୍ତରରେ ଆଦରଣୀୟ ହେବେ। ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି। ଚଞ୍ଚଳମନା ହୋଇପାରନ୍ତି। ଅଧସ୍ତନଙ୍କ କାର୍ଯ୍ୟରେ ସନ୍ତୋଷ ବ୍ୟକ୍ତ କରିବେ।
ମକର: ଆୟ ପରିମାଣ ବୃଦ୍ଧି ପାଇବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‍ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।
କୁମ୍ଭ: ଅଯଥା ବିତର୍କରେ ଭାଗ ନ ନେଇ ନିରବଦ୍ରଷ୍ଟା ହୋଇପାରନ୍ତି। ଧର୍ମୀୟ କାର୍ଯ୍ୟରେ ଅଧିକ ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି। କର୍ମଚଞ୍ଚଳ ରହିବେ। ମଧୁର ବ୍ୟବହାର କରି ପରକୁ ଆପଣାର କରିପାରନ୍ତି। କର୍ମକ୍ଷେତ୍ରକୁ ଶାଣିତ କରିପାରନ୍ତି।
ମୀନ: ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସ୍ତରରୁ ଏପରିକି ସରକାରଙ୍କ ଠାରୁ ସମ୍ମାନ ଲାଭ କରିବା ସହିିତ ଅର୍ଥ ପ୍ରାପ୍ତ ହୋଇପାରନ୍ତି।

Comments are closed.