ବୁଧବାର ରାଶିଫଳ(୨୫/୧୧/୨୦୨୦)

ମେଷ: ଆଶା ଫଳବତୀ ହୋଇପାରେ। ପ୍ରତାରିତ ହୋଇପାରନ୍ତି। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। କାର୍ଯ୍ୟରେ ସଫଳତା ମିଳିବ। ଆର୍ଥିକ ସ୍ଥିତିର ଅଭିବୃଦ୍ଧି ଘଟିବ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇପାରେ।
ବୃଷ: ବିଷମ ସମସ୍ୟା ଦେଖାଦେଇ ପାରେ। ଅଭାବଗ୍ରସ୍ତକୁ ସାହାଯ୍ୟ ପ୍ରଦାନ କରିପାରନ୍ତି। ମନସ୍କାମନା ପୂରଣ ହେବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ବାକ୍ୟ ପଟୁ ହେବେ। ବୁଦ୍ଧିବାନ୍‍ ହେବେ। ପ୍ରିୟଜନଙ୍କ ଦର୍ଶନ ମିଳିବ।
ମିଥୁନ: ରୋଜଗାର ଆଶାନୁରୂପ ହେବ। ସମ୍ମାନିତ ହୋଇପାରନ୍ତି। କାର୍ଯ୍ୟକ୍ଷେତ୍ର ଉତ୍ସାହପ୍ରଦ ହେବ। ପାରିବାରିକ ସୁଖ ମିଳିବ। ମନୋବଳ ଦୃଢ଼ ରହିବ। ଶତ୍ରୁକୁ ପରାଜିତ କରିପାରନ୍ତି। ଶ୍ରେଷ୍ଠ ମାନ୍ୟତା ମିଳିପାରେ।
କର୍କଟ: ସତ୍‍କର୍ମରେ ନିଜକୁ ନିୟୋଜିତ କରିବେ। ପରୋପକାରୀ ହେବେ। କର୍ମ ତତ୍ପରତା ପାଇବ। ବନ୍ଧୁ ମିଳନରେ ଉପକୃତ ହେବେ। ମିଷ୍ଟାନ୍ନ ଭୋଜନ ମିଳିବ। ମୂଲ୍ୟବାନ୍‍ ଦ୍ରବ୍ୟ ଲାଭ ହୋଇପାରେ।
ସିଂହ: ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। କର୍ତ୍ତବ୍ୟନିଷ୍ଠ ହେବେ। ଅନଟନ ଥାଇ ମଧ୍ୟ ସ୍ୱାଭିମାନ ନେଇ ଚଳିବାକୁ ପଡ଼ିବ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି। ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ।
କନ୍ୟା: ଆମୋଦ ପ୍ରମୋଦରେ ସମୟ ଅତିବାହିତ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଆର୍ଥିକ ସ୍ଥିତିରେ ବୃଦ୍ଧି ଘଟିବ। ମନରେ କୌଣସି କାରଣରୁ ଭୟର ସଞ୍ଚାର ହୋଇପାରେ। ଅବିବାହିତମାନଙ୍କର ସୁକନ୍ୟା ସହ ବିବାହ ସ୍ଥିର ହେବ।
ତୁଳା: ପ୍ରତିଶୋଧ ପରାୟଣ ହୋଇପାରନ୍ତି। ପଡ଼ୋଶୀଙ୍କ ସହିତ ଉତ୍ତମ ବୁଝାମଣା ରହିବ। ସମୃଦ୍ଧିର ପ୍ରଥମ ସୋପାନ ଚଢ଼ି ପାରନ୍ତି। ଶ୍ରେଷ୍ଠ କାର୍ଯ୍ୟ ପାଇ ଉପଯୁକ୍ତ ବ୍ୟକ୍ତି ଭାବେ ବିବେଚିତ୍ତ ହେବେ। ଶତ୍ରୁକୁ ପରାଜିତ କରିପାରନ୍ତି।
ବିଛା: ଅଯଥା ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜି ପାରନ୍ତି। କଳ୍ପନା ବିଳାସୀ ହେବେ। ପାରିବାରିକ ସୁଖ ମିଳିବ। କର୍ମକ୍ଷେତ୍ରରେ ତତ୍ପରତା ପ୍ରକାଶ ପାଇବ। ବହୁ ସୁଖର ଅଧିକାରୀ ହେବେ। ହଠାତ୍‍ କିଛି ଅର୍ଥ ମିଳିପାରେ।
ଧନୁ: ପୁଣ୍ୟ କାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶୁଦ୍ଧ ସ୍ୱଭାବର ହୋଇପାରନ୍ତି। ଜନ ବଲ୍ଲଭରେ ପରିଗଣିତ ହୋଇପାରନ୍ତି। ଜନ ମାନସର ପ୍ରେରଣାଦାତା ହେବେ। ଅସାଧ୍ୟ ସାଧନ କରିବେ।
ମକର: କାର୍ଯ୍ୟରେ ସଫଳତା ଲାଭ କରିବେ। ଗୁରୁ କୃପା ଲାଭ କରିପାରନ୍ତି। ସେବା ଭାବନା ମନରେ ରହିବ। ଆକସ୍ମିକ ଭାବେ ଲାଭବାନ୍‍ ହେବେ। ମୂଲ୍ୟବାନ୍‍ ଦ୍ରବ୍ୟ ଲାଭ ହୋଇପାରେ। ବିବାଦୀୟ ଘଟଣାରେ ବିଜୟୀ ହେବେ।
କୁମ୍ଭ: ଅର୍ଥ ସହିତ ମୂଲ୍ୟବାନ୍‍ ଦ୍ରବ୍ୟାଦି ଲାଭ ହୋଇପାରେ। ଆନନ୍ଦ ଉତ୍ସବରେ ଯୋଗ ଦେଇପାରନ୍ତି। ଦୂରଯାତ୍ରା ଫଳ ଦାୟକ ହେବ। ଯଶସ୍ୱୀ ହେବେ। ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବିଭିନ୍ନ ସ୍ତରରୁ ସହଯୋଗ ମିଳିବ।
ମୀନ: ଧର୍ମ କାର୍ଯ୍ୟରେ ନିୟୋଜିତ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କର୍ମକ୍ଷେତ୍ର ଉତ୍ସାହଜନକ ହେବ। ସମ୍ମାନିତ ହୋଇପାରନ୍ତି। ଆନନ୍ଦ ଉତ୍ସବ ଲାଗି ରହିବ। ଚେଷ୍ଟାରେ ସଫଳ ହେବେ। ସର୍ବାଙ୍ଗୀନ ଉନ୍ନତି ହେବ।

Comments are closed.