ବୁଧବାର ରାଶିଫଳ(୧୬ ସେପ୍ଟେମ୍ବର ୨୦୨୦)

ମେଷ: ବକୟା ପ୍ରାପ୍ୟ ପାଇ ପାରନ୍ତି। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଅଧ୍ୟାପନା ପାଇଁ ଅଧ୍ୟୟନରତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।
ବୃଷ: ପ୍ରତିରୋଧର ସମ୍ମୁଖୀନ ହୋଇପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ପରିଶ୍ରମ ଅତ୍ୟଧିକ ହେଲେ ବି ତା’ର ମୂଲ୍ୟ ମିଳିବ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ। କୃଷି ଉପରେ ଧ୍ୟାନ ଦେବେ। ଯାନବାହନ ସୁଖ ଅଛି।
ମିଥୁନ: ଦେବ, ଗୁରୁ, ଗୁରୁଜନଙ୍କ କଲ୍ୟାଣଭାଜନ ହେବେ। କର୍ତ୍ତବ୍ୟନିଷ୍ଠ ହୋଇପାରନ୍ତି। ଆର୍ଥିକ ଅବସ୍ଥାରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ କରିପାରନ୍ତି। ଦେବ ଦର୍ଶନର ସୁଯୋଗ ଅଛି। ସରକାରୀ ସ୍ତରରୁ ଲାଭ ମିଳିବ।
କର୍କଟ: ଧର୍ମପ୍ରିୟ ହେବେ। ପାଣ୍ଡିତ୍ୟ ଅର୍ଜନ କରିପାରନ୍ତି। ଅଭିଜ୍ଞ ଶିଳ୍ପୋଦ୍ୟୋଗୀ ହେବେ। ହାସ୍ୟଯୁକ୍ତ, ଯୁବତୀପ୍ରିୟ ହେବେ। କର୍ମଚଞ୍ଚଳ ରହିବେ। ଧନାଗମ ହେବ। ପୁତ୍ର ସୁଖ ମିଳିବ। ଜିତେନ୍ଦ୍ରିୟ ହେବେ। ପରାକ୍ରମୀ ହୋଇପାରନ୍ତି।
ସିଂହ: କଠିନ କାର୍ଯ୍ୟକୁ ସରଳୀକରଣ କରି ସଫଳତା ହାସଲ କରିବେ। ଭଲ ଆୟ ହେବ। ମିଷ୍ଟାନ୍ନ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ। ସରକାରୀ ଲାଭ ମିଳିବ। ନୂଆବନ୍ଧୁ ଜୁଟିବେ।
କନ୍ୟା: କେହି ଆପଣଙ୍କୁ ପ୍ରତାରିତ କରିବାକୁ ଚେଷ୍ଟା କରିବେ। ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‍ ରହିବା ଭଲ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ମଧୁରଭାଷୀ ହେବେ। ଅଧସ୍ଥନ ଲୋକଙ୍କୁ ସ୍ନେହପୂର୍ଣ୍ଣ ଭାଷାରେ ବଶ କରିପାରନ୍ତି।
ତୁଳା: ତରବର ନ ହୋଇ ଧୀରେ ସୁସ୍ଥେ କାର୍ଯ୍ୟ କଲେ ଲକ୍ଷ୍ୟ ସ୍ଥଳରେ ଉପନୀତ ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‍କର୍ମରେ ନିୟୋଜିତ ହେବେ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି।
ବିଛା: ସୁଖ-ସମ୍ମାନ ଲାଭ କରି ପାରନ୍ତି। ଶୁଭଖବର ପାଇ ଖୁସି ହେବେ। କର୍ମକ୍ଷେତ୍ରକୁ ତ୍ୱରାନ୍ୱିତ କରିପାରନ୍ତି। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ।
ଧନୁ: କର୍ମକ୍ଷେତ୍ରକୁ ପ୍ରଗତିଶୀଳ କରିବାକୁ ସୁଯୋଗ ସୃଷ୍ଟି ହୋଇଛି। କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମ ସନ୍ତୋଷ ଲାଭ କରିବେ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‍ବ୍ୟବହାର କରିପାରନ୍ତି। ବିବାଦରେ ବିଜୟୀ ହେବେ।
ମକର: ବହୁ ଧନର ଅଧିକାରୀ ହେବେ। ପୁତ୍ର ସୁଖ ମିଳି ପାରେ। ଉତ୍ତମ ବଂଶରୁ କନ୍ୟା ଆଣି ପାରନ୍ତି। ସ୍ୱାସ୍ଥ୍ୟବାନ୍‍ ହେବେ। ସୁଖଭୋଗ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଭୋଗ ଏକତ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ।
କୁମ୍ଭ: ଲାଗି ରହିଥିବା ଗୃହ ବିବାଦର ସୁସମାଧାନ ହୋଇପାରେ। ବନ୍ଧୁ ମିଳନ ଘଟିବାର ସମ୍ଭାବନା ଅଛି। ମନୋରମା କନ୍ୟାର ପାଣି ଗ୍ରହଣ କରିପାରନ୍ତି। ସାମର୍ଥ୍ୟର ପରିପ୍ରକାଶ ଘଟିବ। ଧନାଗମ ହେବାର ସୂଚନା ମିଳୁଛି।
ମୀନ: ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ ସଂପାଦନ କରିବେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭଖବର ପାଇ ଖୁସି ହୋଇପାରନ୍ତି। ଶୁଭକାର୍ଯ୍ୟ କରଣୀୟ। ଋଣ ପରିଶୋଧ କରିବାରେ ସକ୍ଷମ ହେବେ।

Comments are closed.