ବୁଧବାର ରାଶିଫଳ (୨୬ ଅଗଷ୍ଟ ୨୦୨୦)

ମେଷ: ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ମାତ୍ର ଆଶାନୁରୂପ ନୁହେଁ। ଯୁଦ୍ଧ ପ୍ରିୟ ହେବେ। ଗ୍ରାମ ବା ଦଳ ମଧ୍ୟରେ ଭେଦନୀତିର କାରଣ ହୋଇପାରନ୍ତି। ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କ ରହିବେ।

ବୃଷ: ଆନନ୍ଦ ଉତ୍ସବରେ ସମୟ ଅତିବାହିତ କରିପାରନ୍ତି। ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ବନ୍ଧୁଙ୍କ ଦ୍ବାରା ପ୍ରସ୍ତୁତ ହୋଇଥିବା ଭୋଜନ ତୃପ୍ତି ଦାୟକ ହେବ।

ମିଥୁନ: ଉଚ୍ଚାଭିଲାଷ ପୂରଣ ହୋଇପାରେ। ମିତ୍ରଙ୍କ ସହାୟତା ପାଇ ଶତ୍ରୁ ବିଜୟୀ ହେବେ। ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଶୁଭକାର୍ଯ୍ୟ କରିପାରନ୍ତି। ଋଣ ପରିଶୋଧ କରି ଆଶ୍ବସ୍ତି ହେବେ।

କର୍କଟ: ବଳ-କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ଲିଖନ-ପଠନ ପ୍ରତି ଆଗ୍ରହୀ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଶୁଭଖବର ପାଇ ଆନନ୍ଦ ଅନୁଭବ କରିବେ। ଦାମ୍ପତ୍ୟ ସୁଖ ମିଳିବ।

ସିଂହ: କାର୍ଯ୍ୟରେ ସ୍ଥିରତା ଆସିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଦେଖାଦେଇପାରେ। ପରିଶ୍ରମର ମୂଲ୍ୟାଙ୍କନ ହେବ। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ପୁତ୍ର ସୁଖ ମିଳିପାରେ। ଧନ ଓ ଯାନବାହନ ଜନିତ ସୁଖଭୋଗ କରିପାରନ୍ତି।

କନ୍ୟା: ଶ୍ରମ ସାର୍ଥକ ହେବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ରହିଛି। ଠାକୁରଙ୍କ ଦର୍ଶନ ଲାଭ କରିବେ। ଅଶାନ୍ତିର ମାତ୍ରା ହ୍ରାସପାଇବ। ସରକାରୀ କାର୍ଯ୍ୟରୁ ଲାଭ ଉଠାଇପାରନ୍ତି।

ତୁଳା: ଦିନଟି ଆନନ୍ଦଦାୟକ ହେବ। ଭାଗ୍ୟଶାଳୀ ହୋଇପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ବିଚକ୍ଷଣ ବୁଦ୍ଧିଯୁକ୍ତ ହୋଇପାରନ୍ତି। ପରୋପକାରୀ ଭାବେ ଜନସାଧାରଣଙ୍କର ପ୍ରିୟଭାଜନ ହେବେ।

ବିଛା: କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧିପାଇବ, ଭଲ ଆୟ ହେବ। ସରକାରୀ ବା ବନ୍ଧୁସୂତ୍ରରୁ ଲାଭବାନ ହେବେ। ସୁସ୍ବାଦୁ ଭୋଜନରେ ଆପାୟିତ ହୋଇପାରନ୍ତି। ପାରିବାରିକ ସୁଖ ମିଳିବ। ସ୍ବାସ୍ଥ୍ୟ ଅତୁଟ ରହିବ। ନୂଆ ବନ୍ଧୁ ଜୁଟିପାରନ୍ତି।

ଧନୁ: ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍‌ ରହିବା ସବୁଠାରୁ ଭଲ ହେବ, ବହୁ ଧନର ଅଧିକାରୀ ହେବେ। ବିଖ୍ୟାତ କାର୍ଯ୍ୟକରି ପ୍ରଶଂସାର ପାତ୍ର ହେବେ। ଲୋକପ୍ରିୟତା ଅର୍ଜନ କରିବେ। ସତ୍ୟରତ ହେବେ। ଖର୍ଚ୍ଚାନ୍ତ ହୋଇପାରନ୍ତି।

ମକର: ଭାବି, ଚିନ୍ତି ଧୀରମନ୍ଥର ଗତିରେ କାର୍ଯ୍ୟର ଶୁଭାରମ୍ଭ କରିପାରନ୍ତି। ରୋଜଗାର ସନ୍ତୋଷଜନକ ହେବ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ବିବାଦରେ ବିଜୟୀ ହେବେ।

କୁମ୍ଭ: ଉଭୟପକ୍ଷଙ୍କ ମଧ୍ୟରେ ବୁଝାମଣା ଠିକ୍‌ ରହିବ। ତୃତୀୟ ପକ୍ଷ ନିଷ୍ଫଳ ହେବେ। ସୁସମ୍ବାଦ ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ କରଣୀୟ। ବିବାଦରେ ବିଜୟୀ ହେବେ।

ମୀନ: ଈଶ୍ବର ନିଷ୍ଠା ଆପଣଙ୍କୁ ମହାନ୍‌ କରି ଗଢ଼ି ତୋଳିବା କାର୍ଯ୍ୟରେ ସଫଳତା ମିଳିବ। କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍‌ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ଦାମ୍ପତ୍ୟଜୀବନ ସୁଖପ୍ରଦ ହେବ। କର୍ମଚଞ୍ଚଳ ରହିବେ।

Comments are closed.