ବୁଧବାର ରାଶିଫଳ(୧୩-୦୫-୨୦୨୦)

ମେଷ: କର୍ମକ୍ଷେତ୍ରରେ ସିଦ୍ଧିପ୍ରାପ୍ତ ହେବ। ସୁଖ-ସମ୍ମାନ ଲାଭ କରିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ।
ବୃଷ: ସୁଯୋଗକୁ ହାତଛଡ଼ା କଲେ ଦୁର୍ଯୋଗର ସମ୍ମୁଖୀନ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତାର ସଦ୍‍ବ୍ୟବହାର କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିବେ। ଧର୍ମମାର୍ଗରେ ମନୋନିବେଶ କରିବେ।
ମିଥୁନ: ପରିଶ୍ରମର ମୂଲ୍ୟ ମିଳିବ। ନୃତ୍ୟ-ସଙ୍ଗୀତପ୍ରିୟ ହୋଇପାରନ୍ତି। ଯଶସ୍ୱୀ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଖର୍ଚ୍ଚାନ୍ତ ହେବେa। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସତର୍କ ରହିବାକୁ ପଡ଼ିବ।
କର୍କଟ: ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଶୁଭକାର୍ଯ୍ୟ ପାଇଁ ସମୟ ପ୍ରଶସ୍ତ ରହିଛି। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଆନନ୍ଦ ଉପଭୋଗ କରିପାରନ୍ତି। ବନ୍ଧୁ ସହାୟତା ପାଇ ଖୁସି ହେବେ। ପତ୍ନୀ ପଥ ପ୍ରଦର୍ଶକ ହେବେ।
ସିଂହ: ମନରେ ଅହଂଭାବ ଉଦ୍ରେକ ହୋଇପାରେ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ବ୍ୟସ୍ତତା ମଧ୍ୟରେ ଦିନଟି ଅତିବାହିତ ହେବ। ଶୁଭକାର୍ଯ୍ୟ କରଣୀୟ। ଋଣ ପରିଶୋଧ କରିପାରନ୍ତି।
କନ୍ୟା: ଶାସ୍ତ୍ର ଅଧ୍ୟୟନରେ ମନୋନିବେଶ କରିପାରନ୍ତି। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ସୁ ସମ୍ବାଦ ପାଇ ଖୁସି ହେବେ। ଦାମ୍ପତ୍ୟ ସୁଖ ମିଳିବ।
ତୁଳା: ମୂଲ୍ୟବାନ୍‍ ଦ୍ରବ୍ୟ କ୍ରୟ କରିପାରନ୍ତି। କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। ଶ୍ରମ ସାର୍ଥକ ହେବ। ଶତ୍ରୁନାଶ କରିବାରେ ସିଦ୍ଧହସ୍ତ ହେବେ। ମନରେ ଉଦ୍‍ବେଗ ଜାତ ହୋଇପାରେ। ସାରାଦିନ ବିଭିନ୍ନ ସମସ୍ୟା ଉପୁଜି ପାରେ।
ବିଛା: ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ସକାରାତ୍ମକ ମନୋଭାବ ରହିବ। ଭଗବତ୍‍ ଚିନ୍ତାରେ ନିମଗ୍ନ ହୋଇପାରନ୍ତି। ଦେବଦର୍ଶନର ସୌଭାଗ୍ୟ ଉଦୟ ହୋଇଛି। ଅଶାନ୍ତିର ଅବସାନ ଘଟିବ।
ଧନୁ: କଲ୍ୟାଣକାରୀ ଯୋଜନା ପ୍ରସ୍ତୁତରେ ପାରଙ୍ଗମ ହେବେ। ଧନାଗମର ସୂଚନା ମିଳୁଛି। ତ୍ୟାଗପୁତ ମନୋଭାବର ହେବେ। ନୀତିଜ୍ଞ ହୋଇପାରନ୍ତି। ସ୍ୱାସ୍ଥ୍ୟହାନିର ଆଶଙ୍କା ଅଛି। ଆକସ୍ମିକ ସମସ୍ୟା ଦେଖାଦେଇପାରେ।
ମକର: ଭଲ ଆୟ ହେବାର ସୂଚନା ମିଳୁଛି। ସରକାରୀ ବା ବନ୍ଧୁସୂତ୍ରରୁ ଲାଭବାନ୍‍ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ରହିବେ। ନୂଆବନ୍ଧୁ ଜୁଟିବେ। ଚିନ୍ତାଧାରା ଉନ୍ନତମାନର ହେବ।
କୁମ୍ଭ: ମନରେ ଉଦ୍ରେକ ହୋଇଥିବା ଉଦ୍‍ବେଗକୁ ଚାପି ରଖି କାର୍ଯ୍ୟରେ ଆଗୁସାର ହୋଇପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ହୋଇପାରେ। ସରଳ ଓ ମଧୁରଭାଷାରେ ପରକୁ ଆପଣାର କରିପାରନ୍ତି। ଅଯଥା ବିତର୍କରେ ଭାଗ ନିଅନ୍ତୁ ନାହିଁ।
ମୀନ: କାର୍ଯ୍ୟକୁ କରାୟତ୍ତ କରିବାରେ ସକ୍ଷମ ହୋଇପାରନ୍ତି। ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ଶୁଭ ଖବର ମିଳିପାରେ। ଲାଭବାନ୍‍ ହୋଇପାରନ୍ତି। ଧାର୍ମିକ ମନୋଭାବର ହେବେ।

Comments are closed.