ବୁଧବାର ରାଶିଫଳ ୦୬। ୦୫।୨୦୨୦

ମେଷ: ବନ୍ଧୁ ସହଯୋଗ ମିଳିବାର ସୁଯୋଗ ଅଛି। କାର୍ଯ୍ୟରେ ସଫଳତା ମିଳିବ। ମୂଲ୍ୟବାନ୍‍ ପଦାର୍ଥ ଲାଭ ହୋଇପାରେ। ଶ୍ରେଷ୍ଠ ସମ୍ମାନ ମିଳିପାରେ। ଶଙ୍କାହୀନ ହୋଇପାରନ୍ତି। ଗର୍ବଭାବ ମନକୁ ଛୁଇଁବ। ସ୍ତ୍ରୀ ଓ ପୁତ୍ର ପାଇଁ ଚିନ୍ତିତ ହେବେ।
ବୃଷ: ଶତ୍ରୁ ଯେତେ ବଳବାନ୍‍ ହେଲେ ବି, ଆପଣଙ୍କ ନିକଟରେ ହାର ମାନିବ। ଧର୍ମପ୍ରିୟ ଓ ଚଞ୍ଚଳମନା ହେବେ। ରାଜତୁଲ୍ୟ ସମ୍ମାନର ଅଧିକାରୀ ହୋଇପାରନ୍ତି। ଉତ୍ସାହର ସହ କାର୍ଯ୍ୟ ସଂପାଦନ କରିବେ।
ମିଥୁନ: ଉନ୍ନତିମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଆପଣଙ୍କ ସଦ୍‍ଗୁଣର ବିକାଶ ଘଟିବ। ବ୍ୟବସାୟ ଲାଭଜନକ ହେବ। ଲୋକପ୍ରିୟତା ଅର୍ଜନ କରିବେ। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିପାରନ୍ତି। ପ୍ରିୟଭାଷୀ ହେବେ।
କର୍କଟ: ଶୁଭାଶୁଭ ମିଶ୍ରିତ ଫଳ ମିଳିପାରେ। ସତ୍‍ପଥଗାମୀ ହେବେ। ଜନସାଧାରଣଙ୍କ ପ୍ରିୟଭାଜନ ହୋଇପାରନ୍ତି। ନୃତ୍ୟ-ସଙ୍ଗୀତପ୍ରିୟ ହେବେ। କୃଷି କାର୍ଯ୍ୟ ଉପରେ ଧ୍ୟାନ ଦେବେ। ଯାନବାହନ ସୁଖ ମିଳିପାରେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।
ସିଂହ: ସକଳ ଗୁଣର ଆଧାର ହୋଇପାରନ୍ତି। କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ସୁଖ ମିଳିବ। ସତ୍ୟର ପୁଜାରୀ ହେବେ। ଜ୍ଞାନୀମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ନିର୍ଭୟରେ କାର୍ଯ୍ୟ ସଂପାଦନ କରିବେ।
କନ୍ୟା: ଆଶାବାଦୀ ହୋଇପାରନ୍ତି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ମନ ପ୍ରଫୁଲ୍ଲ ରହିବ। ପାରିବାରିକ ସୁଖ ମିଳିବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ବିବିଧ ଧନଯୁକ୍ତ ହେବେ। କୀର୍ତ୍ତିମାନ ଓ ସହନଶୀଳ ହେବେ। ସୁଖୀ ହେବେ।
ତୁଳା: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନ ମିଳିପାରେ। ରୋଜଗାରର ମାତ୍ରା ବୃଦ୍ଧି ପାଇବ। ଧନବାନ୍‍ ହେବେ। ଗୁଣଜ୍ଞ ହୋଇପାରନ୍ତି। ବୁଦ୍ଧି ବଳରେ କାର୍ଯ୍ୟ ହାସଲ କରିପାରନ୍ତି। ଅର୍ଥ ମିଳିବ।
ବିଛା: ମନରେ ପ୍ରସନ୍ନତା ଦେଖାଦେବ। ବିଦ୍ୟାର ଅଧିକାରୀ ହେବେ। ଯଶସ୍ୱୀ ହେବେ। ବିଳାସ-ବ୍ୟସନରେ ଖର୍ଚ୍ଚାନ୍ତ ହେବେ। ନିର୍ଭୀକ ଭାବେ କାର୍ଯ୍ୟ ସଂପାଦନ କରିବେ। କାର୍ୟ୍ୟ ପସନ୍ଦଯୋଗ୍ୟ ହେବ। ଧନ ପ୍ରାପ୍ତିର ସୂଚନା ମିଳୁଛି। ସୁଖୀ ହେବେ।
ଧନୁ: ଆୟ ବୃଦ୍ଧିର ସୂଚନା ମିଳୁଛି। ମନ ପ୍ରସନ୍ନ ରହିବ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିପାରେ। କୀର୍ତ୍ତିମାନ୍‍ ହେବେ। ଆନନ୍ଦ ଉପଭୋଗ କରିପାରନ୍ତି। ଗୁଣଜ୍ଞ ହେବେ।
ମକର: କର୍ମକ୍ଷେତ୍ର ଉଜ୍ଜ୍ୱଳମୟ କରିପାରନ୍ତି। ସେବା ମନୋଭାବ ଉଦ୍ରେକ ହୋଇପାରେ। ଆର୍ଥିକ ଅଭିବୃଦ୍ଧିର ସୂଚନା ମିଳୁଛି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ହର୍ଷଉଲ୍ଲାସ ମଧ୍ୟରେ ସମୟ ଅତିବାହିତ କରିପାରନ୍ତି। ସର୍ବାଙ୍ଗୀଣ ଉନ୍ନତି ହେବ।
କୁମ୍ଭ: ପ୍ରତ୍ୟେକ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିପାରନ୍ତି। ଯାନବାହନ ସୁଖ ମିଳିପାରେ। ବନ୍ଧୁ ପ୍ରାପ୍ତିର ସୂଚନା ମିଳୁଛି। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଜିତେନ୍ଦ୍ରିୟ ହେବେ। ଜନବଲ୍ଲଭ, ପରାକ୍ରମୀ ଓ କୀର୍ତ୍ତିମାନ୍‍ ହେବେ।
ମୀନ: ସାବଧାନତାର ସହ ଭ୍ରମଣ କରିବାକୁ ପଡ଼ିବ। ଦ୍ୱିଜାନୁରକ୍ତ ହୋଇପାରନ୍ତି। ପତ୍ନୀଙ୍କ ଉପରେ ନିର୍ଭରଶୀଳ ହେବେ। କର୍ମକ୍ଷେତ୍ର ଉତ୍ସାହଜନକ ହେବ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ।

Comments are closed.