ବୁଧବାର ରାଶିଫଳ( ୧୧-୧୧-୨୦୨୦)

ମେଷ: କାର୍ଯ୍ୟରେ ସଫଳତା ଲାଭ କରିବେ। ପଢ଼ା ପଢ଼ିରେ ମନୋନିବେଶ କରିବେ। ବିଭନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଖୁସି ଖବର ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଦ୍ୟାର୍ଥୀଙ୍କ ଚେଷ୍ଟା ଫଳବତୀ ହେବ।

ବୃଷ: ଧର୍ମରୁ ଜୟ ହେବ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ପରିଶ୍ରମ ଯେତେ ଅଧିକ ହେଉ ନା କାହିଁକି ତା’ର ମୂଲ୍ୟ ମିଳିବ। ସ୍ୱେଚ୍ଛା ବିହାରୀ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ।

ମିଥୁନ: ଗୁରୁ ଗୁରୁଜନଙ୍କ କଲ୍ୟାଣ ଭାଜନ ହେବେ। ପ୍ରତିରୋଧକୁ ଏଡ଼ାଇ ଆଗକୁ ବଢ଼ିପାରନ୍ତି। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭ କାର୍ଯ୍ୟ ପାଇଁ ସହଯୋଗ ମିଳିବ। ସରକାରୀ ସ୍ତରରରୁ ଲାଭ ଉଠାଇ ପାରନ୍ତି। ଦିଅଁ ଦର୍ଶନ ମିଳିବ।

କର୍କଟ: ଶ୍ରମ ସାର୍ଥକ ହେବ। ବିଭିନ୍ନ ଦିଗରୁ ଧନାଗମ ହେବ। ଉତ୍ସର୍ଗୀ କୃତ ମନୋଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ସମୟାନୁବର୍ତ୍ତୀ ହେବେ। ମନ ପ୍ରଫୁଲ୍ଲ ରହିବ। ଦାମ୍ପତ୍ୟ ସୁଖ ମିଳିବ। ଲୋକାଦ୍ରୁତ ହେବେ।

ସିଂହ: ଇଚ୍ଛା କରୁଥିବା କାର୍ଯ୍ୟଟି ହାତକୁ ଆସିପାରେ। ଆଶାବାଦୀ ହେବେ। ଆୟ ବୃଦ୍ଧିର ସୂଚନା ମିଳୁଛି। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ଶରୀର ସୁସ୍ଥ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଚିନ୍ତାଧାରା ଉନ୍ନତମାନର ହେବ।

କନ୍ୟା: ପରୋପକାର କରିବାକୁ ଯାଇ ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ଛଳନାପୂର୍ଣ୍ଣ ମଧୁର ଭାଷା ବ୍ୟବହାର କରି ପରକୁ ଆପଣାର କରିପାରନ୍ତି। କର୍ମଚଞ୍ଚଳ ରହିବେ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ। ଘାତଚନ୍ଦ୍ର ଯୋଗୁଁ ସାବଧାନ।

ତୁଳା: ଆୟ ଆଶାନୁରୂପ ହେବେ। ଶୁଭଖବର ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‍କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ନଗଦ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରଙ୍କ କୃପାପାତ୍ର ହେବେ।

ବିଛା: ରୋଜଗାରର ମାତ୍ରା ବୃଦ୍ଧି ପାଇବ। ସୁସମ୍ବାଦ ପାଇ ପ୍ରଫୁଲ୍ଲିତ ହେବେ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦରେ ବିଜୟୀ ହେବେ।

ଧନୁ: କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। କର୍ମଚଞ୍ଚଳ ରହିବେ। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ଅଧିକ କ୍ଷମତା ହାତକୁ ଆସିବ ଓ ତା’ର ସଦ୍‍ବ୍ୟବହାର କରିପାରନ୍ତି। ଲାଭ ରହିଥିବା ବିବାଦରେ ବିଜୟୀ ହେବେ।

ମକର: କାର୍ଯ୍ୟ ଉତ୍ସାହ ପ୍ରଦ ହୋଇପାରେ। କେତେକ କ୍ଷେତ୍ରରେ ଲାଗି ରହିଥିବା ବିତର୍କରେ ଭାଗ ନ ନେଇ ନିରବ ଦ୍ରଷ୍ଟା ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ। ସତର୍କତାର ଦିନ।

କୁମ୍ଭ: ସୁଖକର ଘଟଣାମାନ ଘଟିପାରେ। କାର୍ଯ୍ୟ ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଆନନ୍ଦ ଉପଭୋଗ କରିବେ।

ମୀନ: ବନ୍ଧୁମାନଙ୍କ ସହାୟତା ମିଳିବ। ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ପାଇ ଖୁସି ହେବେ। ଦିନସାରା କାର୍ଯ୍ୟ ବ୍ୟସ୍ତ ରହିବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ଅଛି। ଋଣପରିଶୋଧ କରିବେ।

Comments are closed.