ବୁଧବାର ରାଶିଫଳ (୦୭-୧୦-୨୦୨୦)

ମେଷ: ଲୋଭଗ୍ରସ୍ତ ହୋଇପାରନ୍ତି। ଆକସ୍ମିକ ସମସ୍ୟା ଦେଖା ଦେଇପାରେ। ନୀତିଯୁକ୍ତ ଓ ବିନୀତ ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। ସଂଗ୍ରାମୀ ହେବେ। ଗ୍ରାମ ଓ ଦଳ ମଧ୍ୟରେ ଭେଦନୀତିର କାରଣ ହେବେ।

ବୃଷ: ଚେଷ୍ଟା ଫଳଦାୟକ ହେବ। ଆୟ ସାମାନ୍ୟ ପରିମାଣର ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭ ମିଳିପାରେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସ୍ବାସ୍ଥ୍ୟ ଅତୁଟ ରହିବ। ଚିନ୍ତାଧାରା ଉନ୍ନତମାନର ହେବ।

ମିଥୁନ: ଯୋଜନା ପ୍ରସ୍ତୁତିରେ ଖର୍ଚ୍ଚାନ୍ତ ହେବେ। ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍‌ ରହି ଅବସ୍ଥାର ଅନୁଧ୍ୟାନ କରିବେ। ମିତ୍ର ମାନେ କରଛଡ଼ା ଦେଇପାରନ୍ତି। ସ୍ନେହପୂର୍ଣ୍ଣ ଭାଷା ବ୍ୟବହାର କରି ପରକୁ ଆପଣାର କରିବେ।

କର୍କଟ: ମୂଲ୍ୟବାନ୍‌ ଦ୍ରବ୍ୟ ଲାଭର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହେବେ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ସିଂହ: ନିଜର ସୁକର୍ମ ପାଇଁ ସମ୍ମାନିତ ହେବେ। ଶୁଭ ଖବର ପାଇ ଉତ୍‌ଫୁଲ୍ଲିତ ହେବେ। କର୍ମକ୍ଷେତ୍ରରେ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ଅଛି। ବିବାଦରେ ବିଜୟୀ ହେବେ।

କନ୍ୟା: ପ୍ରତିଯୋଗିତାରେ ବିଜୟୀ ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ। କଳ କୌଶଳ ପ୍ରୟୋଗ କରି କ୍ଷମତା ହାସଲ କରିବେ ଓ ତା’ର ସଦ୍‌ବ୍ୟବହାର କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ।

ତୁଳା: ସାଧନାରେ ସିଦ୍ଧି ପ୍ରାପ୍ତ ହେବେ; ମାତ୍ର ବିଳମ୍ବରେ। ପରୋପକାରୀ ହେବେ। ଅନଟନର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ ସ୍ତରରେ ଅଶାନ୍ତି ଉପୁଜି ପାରେ। ଅଷ୍ଟମଚନ୍ଦ୍ର ଭୋଗ ହେତୁ ଜଳଯାତ୍ରା କରିବା ନିଷେଧ।

ବିଛା: ଶାରୀରିକ ସ୍ତରରେ ମାନ୍ଦାଭାବ ଥାଇ ମଧ୍ୟ କାର୍ଯ୍ୟରେ ଦକ୍ଷତା ପ୍ରତିପାଦନ କରିପାରନ୍ତି। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ଶୁଭକାର୍ଯ୍ୟ କରଣୀୟ। ସୁଖାଦ୍ୟ ମିଳିବ। ଆନନ୍ଦ ଉପଭୋଗ କରିବେ।

ଧନୁ: ବନ୍ଧୁ ମିଳନ ଘଟିବାର ସୁଯୋଗ ଅଛି। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ। ସୁସମ୍ବାଦ ଶୁଣି ଆନନ୍ଦ ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ଋଣ ପରିଶୋଧ କରିବେ।

ମକର: ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଉତ୍ସାହ ବୃଦ୍ଧି ପାଇବ। ଅଧ୍ୟାପନା ପାଇଁ ଅଧ୍ୟୟନରତ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଶୁଭ ସମ୍ବାଦ ଆନନ୍ଦଦାୟକ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। କର୍ମଚଞ୍ଚଳ ରହିବେ।

କୁମ୍ଭ: ପରିଶ୍ରମ ଯେତେ କଠିନ ହେଉ ନାଁ କାହିଁକି; ତା’ର ମୂଲ୍ୟ ମିଳିବ। ସାମର୍ଥ୍ୟର ପରିପ୍ରକାଶ ଘଟାଇପାରନ୍ତି। ଧନାଗମର ସୂଚନା ମିଳୁଛି। ଯାନବାହନ ସୁଖ ମିଳିପାରେ। ବିଭାଗୀୟ ସୂତ୍ରରୁ ଅର୍ଥ ପ୍ରାପ୍ତ ହେବେ।

ମୀନ: ଗୁରୁ କଲ୍ୟାଣ ପାଇ ତେଜସ୍ମର ହୋଇପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ଲୋକ ସଂପର୍କରୁ ସଫଳତା ମିଳିବ। ବହୁ ସମ୍ମାନର ଅଧିକାରୀ ହେବେ। ଅର୍ଥ ମିଳିବ।

Comments are closed.