ବୁଧବାର ରାଶିଫଳ

ମେଷ: ଅସୁବିଧାରେ ପଡ଼ି ଅଧିକ ବ୍ୟୟ କରିପାରନ୍ତି। ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। କୌଶଳପୂର୍ଣ୍ଣ ମଧୁର ବଚନରେ ପରକୁ ଆପଣାର କରିବେ। ସବୁ ଅସୁବିଧା ଥିଲେ ବି ରାଜଯୋଗ ପ୍ରାପ୍ତ ହେବେ।

ବୃଷ: ଅହମିକା ଯୋଗୁଁ ଗୋଟିଏ ସ୍ଥାନରେ ଅପଦସ୍ତ ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ଏପରିକି ସରକାରୀ ଅର୍ଥ ମିଳିପାରେ। ସମ୍ମାନିତ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ଚେଷ୍ଟିତ ହେବେ। ସୁସ୍ଥ ରହିବେ।

ମିଥୁନ: ଆୟରେ ଉନ୍ନତି ଘଟିବ। କର୍ମ ଚଞ୍ଚଳ ରହିବେ। କୁଳଦୀପକ ହେବେ। ମନପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପରିବାର ପ୍ରତି ସ୍ନେହ ସଦିଚ୍ଛା ରହିବ।

କର୍କଟ: ଲୋକପ୍ରୟିତା ଅର୍ଜନ କରିବେ। ସେବା ପୂଜାରେ ମନୋନିବେଶ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ-ବିଳାସରେ ଅତିବାହିତ କରିପାରନ୍ତି। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ଧର୍ମାତ୍ମା, ବିଦ୍ୱାନ ଓ ସାହସୀ ହୋଇପାରନ୍ତି।

ସିଂହ: ଆୟ ବୃଦ୍ଧିର ସୂଚନା ମିଳୁଛି। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି। ସ୍ୱାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ। ଜଳଯାତ୍ରା ନିଶେଧ।

କନ୍ୟା: ସବୁବାଧା-ବିଘ୍ନକୁ ଏଡ଼ାଇ ଆଗକୁ ବଢ଼ି ପାରନ୍ତି। ବନ୍ଧୁ ଗହଣରେ ନିଜକୁ ହଜାଇଦେଇ ସୁଖ ଅନୁଭବ କରିବେ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାପ୍ରତି ଆଗ୍ରହୀ ହେବେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶ ଉପାଦେୟ ହେବ।

ତୁଳା: ଧନ-ସମ୍ପଦ ବୃଦ୍ଧିର ସୂଚନା ମିଳୁଛି। ମନରେ ଗର୍ବଭାବ ବହନ କରିପାରନ୍ତି। ଭାଇମାନଙ୍କ ପ୍ରତି ସ୍ନେହଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି। ବଳିଷ୍ଠ ଓ ଶତ୍ରୁହନ୍ତା ହେବେ। ଚାକିରି କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ପ୍ରଶଂସାର ପାତ୍ର ହେବେ।

ବିଛା: ନିଜର ତ୍ରୁଟି ବୁଝି ପାରିବେ। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଲଟେରି ଉଠାଣ ଆପଣଙ୍କ ସପକ୍ଷରେ ଯିବ। ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ। ଧାର୍ମିକ ଓ ତେଜସ୍ୱୀ ହେବେ।

ଧନୁ: ଉପଯୁକ୍ତ ସୁକର୍ମାନୁରକ୍ତ ହୋଇ ଖୁସି ହୋଇପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ପ୍ରତ୍ୟେକ କାର୍ଯ୍ୟ ଭାବି ଚିନ୍ତି କରିବାକୁ ପଡ଼ିବ। ଉଦାର ସ୍ୱଭାବର ହେବେ। ଦାନ-ଧର୍ମକୁ ବ୍ରତଭାବେ ଗ୍ରହଣ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ।

ମକର: ଅଟକି ଥିବା କାର୍ଯ୍ୟରେ ଆଗେଇ ପାରନ୍ତି। ଉଚ୍ଚ ଆଶା ଫଳବତୀ ହେବ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ଥଣ୍ଡା କଫ ଜନିତ ପୀଡ଼ା ଅନୁଭବ କରିବେ। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କଠାରୁ ଭକ୍ତି ମିଳିବ।

କୁମ୍ଭ: ସନ୍‍ମାର୍ଗୀ ହୋଇପାରନ୍ତି। ମନ ଚଞ୍ଚଳ ରହିବ। ପରମ ଭାଗ୍ୟଶାଳୀ ହେବେ। ଶୋଭନ ବ୍ୟକ୍ତିତ୍ୱର ପରିପ୍ରକାଶ ଘଟାଇବେ। ପରଦେଶବାସୀ, ସହନଶୀଳ, ମଧୁରଭାଷୀ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ମିତ୍ରଙ୍କ ସାନ୍ନିଧ୍ୟ ପାଇ ସୁଖ ଅନୁଭବ କରିବେ।

ମୀନ: ବିପଦରୁ ଉଧୁରି ଯିବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଅଧିକ ରୋଜଗାରକ୍ଷମ ହେବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି। ମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

Comments are closed.