ବୁଧବାର ରାଶିଫଳ

ମେଷ: ଆୟ ଆଶାନୁରୂପ ହେବ। ବ୍ୟବସାୟ ଲାଭଜନକ ହେବ। ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିବେ। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ୍‌ ହେବେ। ଗୁଣୀ ହେବେ। ପ୍ରସନ୍ନତା ଲାଭ କରିବେ।
ବୃଷ: କର୍ମ ତତ୍ପର ରହିବେ। ଅର୍ଥ ପ୍ରାପ୍ତ ହେବେ। ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ପ୍ରଦୂଷଣ ମୁକ୍ତ ଗୃହରେ ବସତି ସ୍ଥାପନ କରିବେ। କୀର୍ତ୍ତି, ମର୍ତ୍ତି, ସତ୍ତ୍ବ, ସନ୍ତୋଷ, ବହୁବିଧ ଧନ ସବୁକିଛି ମିଳିବ। ଉତ୍ତମ ଗୁଣଯୁକ୍ତ ହେବେ।
ମିଥୁନ: ସେବା ମନୋଭାବ ଗ୍ରହଣ କରିବେ। ଦେବ-ପୂଜା ନିରତ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ପ୍ରତିଯୋଗିତାର ଫଳ ଆପଣଙ୍କ ସପକ୍ଷରେ ଯିବ। ମଧୁରଭାଷୀ ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।
କର୍କଟ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଆର୍ଥିକ ଅବସ୍ଥା ଟାଣଟୁଣ ରହିବ। ଖର୍ଚ୍ଚାନ୍ତ ହୋଇପାରନ୍ତି। ଚୌର ଓ ଶତ୍ରୁ ଭୟ ଅଛି। ସରକାରୀ କୃପା ମିଳିବା କଷ୍ଟ ସାଧ୍ୟ ହେବ। ଉତ୍ତମ ବଂଶରୁ କନ୍ୟା ଆଣି ପାରନ୍ତି। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ।
ସିଂହ: ସୁଖ-ସନ୍ତୋଷରେ ଦିନଟି ବିତାଇ ପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପ୍ରୀତି ଲାଭ କରିପାରନ୍ତି। ବନ୍ଧୁ ସହଯୋଗ ପାଇଁ ଖୁସି ହେବେ। ଅବିବାହିତଙ୍କର ମନୋରମା କନ୍ୟା ସହିତ ବିବାହ ସମନ୍ଧ ସ୍ଥିର ହେବ। ସୁବର୍ଣ୍ଣାଦି ଲାଭ ହେବ।
କନ୍ୟା: ଶତ୍ରୁ ଉପଦ୍ରବ ପ୍ରତି ସତର୍କ ରହି, ଶତ୍ରୁ ଦମନ କରିବାର ଉପାୟ ଚିନ୍ତା କରିପାରନ୍ତି। ଆୟ ବୃଦ୍ଧିର ସୂଚନା ମିଳୁଛି। ପାରିବାରିକ ସୁଖ ମିଳିବ। ଚେଷ୍ଟା ଶୁଭପ୍ରଦ ହେବ। ଶତ୍ରୁ ଦମନ କରି ମାନସିକ ଶାନ୍ତି ଫେରି ପାଇବେ। ଜ୍ଞାନୀ ହେବେ।
ତୁଳା: ପରଚର୍ଚ୍ଚାରେ ଲିପ୍ତ ରହିପାରନ୍ତି। ଶୁଭ ଖବର ପାଇ ଉତ୍‌ଫୁଲ୍ଲିତ ହେବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ବ୍ୟବସାୟ ଆଦି ବିଭିନ୍ନ ଦିଗରୁ ଧନଲାଭ ହେବାର ସୂଚନା ମିଳୁଛି। ଚଞ୍ଚଳ ପ୍ରକୃତିର ହେବେ। କନ୍ୟା ଲାଭ ହୋଇପାରେ।
ବିଛା: ବାଦ-ବିବାଦର ସୁସମାଧାନ ହେବ। ଚିନ୍ତାଧାରା ଉନ୍ନତମାନର ହେବ। ପତ୍ନୀଙ୍କ ସ୍ବାସ୍ଥ୍ୟ ପ୍ରତି ନଜର ରଖିବାକୁ ପଡ଼ିବ। କୃଷିକ୍ଷେତ ଉପରେ ଧ୍ୟାନ ଦେବେ। ଯାନବାହନ ସୁଖ ମିଳିବ। ଗୃହ ପରିବେଶ ସ୍ବାସ୍ଥ୍ୟପ୍ରଦ ହେବ। ସୁଖଭୋଗ କରିବେ।

ଧନୁ: ଶ୍ରମର ମୂଲ୍ୟାଙ୍କନ ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। ଧାର୍ମିକ ପ୍ରବୃତ୍ତିର ହେବେ। ଶ୍ରମ ସାର୍ଥକ ହୋଇପାରେ। ପ୍ରତିଦ୍ବନ୍ଦ୍ବିତାରେ ବିଜୟୀ ହେବେ। ଜନସାଧାରଣଙ୍କର କୃପାପାତ୍ର ହେବା ଆଶାକରାଯାଏ।
ମକର: ଆଶାବାଦୀ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ଭାଗ୍ୟଶାଳୀ ହୋଇପାରନ୍ତି। ତ୍ୟାଗଶୀଳ ହେବେ। ନୀତି ନିଷ୍ଠ ହେବେ। ବିବିଧ ଧନଯୁକ୍ତ ହେବେ। ଚଞ୍ଚଳମନା ହେବେ। ସୁଖ ମିଳିବ।
କୁମ୍ଭ: ସୌଜନ୍ୟତା ପ୍ରକାଶ ପାଇବ। ଆୟ ଆଶାନୁରୂପ ହେବ। ରୁଚିକର ଭୋଜନ ମିିଳିବ। ଧନବାନ୍‌ ହେବେ। ଅପାର ଗୁଣର ଅଧିକାରୀ ହେବେ। ଉପାର୍ଜନକାରୀ ହେବେ। ବଳିଷ୍ଠ ହୋଇପାରନ୍ତି। ପାରିବାରିକ ସୁଖ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ।
ମୀନ: ଅପେକ୍ଷାରତ ହୋଇପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ହୋଇପାରେ। ମିତ୍ରମାନେ କରଛଡ଼ା ଦେଇ ପାରନ୍ତି। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଉପୁଜି ପାରେ। ଭ୍ରାତୃଭାବ ଅତୁଟ ରହିବ। ମଧୁର ଭାଷାରେ ପରକୁ ଆପଣାର କରିବେ। ଶୁଭାଶୁଭ ମିଶ୍ରିତ ଫଳ ମିଳିବ।

Comments are closed.