ବୁଧବାର ରାଶିଫଳ (୦୫.୦୫.୨୦୨୧)

ମେଷ: ମନ ପ୍ରସନ୍ନ ରହିବ। କର୍ମଚଞ୍ଚଳ ରହିବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ। ସରକାରୀ ସ୍ତରରେ ସମ୍ମାନିତ ହେବା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କରିତ୍‍କର୍ମା ହେବେ।
ବୃଷ: କୁଳ ପ୍ରଦୀପ ହୋଇପାରନ୍ତି। ଦୟାଳୁ ସ୍ୱଭାବର ହେବେ। ମନରେ ପ୍ରସନ୍ନତା ଭାବ ଆସିବ। ସୁସ୍ଥ ଓ ନିରାମୟ ରହିବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହୋଇପାରନ୍ତି। ନିଜ ପରିବାର ପ୍ରତି ସ୍ନେହ, ସଦିଚ୍ଛାଭାବ ରହିବ।
ମିଥୁନ: ଭାଗ୍ୟଶାଳୀ ହେବେ। ଭୋଗ ବିଳାସ କରିପାରନ୍ତି। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ। ବିଦ୍ୱାନ୍‍, ସାହସୀ ଓ ସମ୍ପବତ୍ତିବାନ୍‍ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଉଦ୍ୟୋଗୀ ହେବେ। ତୀର୍ଥଯାତ୍ରା କରିପାରନ୍ତି।
କର୍କଟ: ପରିସ୍ଥିତିରେ ପଡ଼ି ମନରେ ଈର୍ଷାଭାବ ଜାଗ୍ରତ ହୋଇପାରେ। ସ୍ୱାଭିମାନୀ ହୋଇପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଶାରୀରିକ ଦୁର୍ବଳତା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଜଳଯାତ୍ରା ବର୍ଜନୀୟ।
ସିଂହ: ବନ୍ଧୁ ମିଳନ ଦ୍ୱାରା ବିଶେଷ ଉପକୃତ ହୋଇପାରନ୍ତି। ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହେବ। ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ସୁକର୍ମ କୁଶଳତା ପାଇଁ ଗର୍ବିତ ହେବେ। ପତ୍ନୀଙ୍କ ପରାମର୍ଶରେ ଚଳିବେ।
କନ୍ୟା: ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ରହିବେ। ବଳିଷ୍ଠ ଓ ଶତ୍ରୁହନ୍ତା ହୋଇପାରନ୍ତି। ଚାକିରିକ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କ ପ୍ରିୟଭାଜନ ହେବେ। ଚକ୍ଷୁରେ ସାମାନ୍ୟ ଯନ୍ତ୍ରଣା ଅନୁଭବ କରିପାରନ୍ତି। ଅଯଥା ଖର୍ଚ୍ଚାନ୍ତ ହେବେ।
ତୁଳା: ନିରବ ଚିନ୍ତକ ହେଲେ ବି କର୍ମକ୍ଷେତ୍ରରେ ଚଞ୍ଚଳଚେଷ୍ଟିତ ହେବେ। କନ୍ୟା ସନ୍ତାନ ଦ୍ୱାରା ଉପକୃତ ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ।
ବିଛା: ପରିଶ୍ରମ ଯେତେ କଷ୍ଟଦାୟକ ହେଲେ ବି ତା’ର ମୂଲ୍ୟ ମଳିବ। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ରାଜପୂଜିତ ହେବେ। ଯାନବାହନଯୁକ୍ତ ହୋଇପାରନ୍ତି। ଗ୍ରାମାଧୀଶ ହେବେ। ପରାକ୍ରମଶାଳୀ ଓ ବହୁ ପୋଷକ ହେବେ।
ଧନୁ: କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ। ମନ ପ୍ରସନ୍ନ ରହିବ। ଆତ୍ମବିଶ୍ୱାସୀ ହେବେ। ମଧୁର ସମ୍ଭାଷଣରେ ପରକୁ ଆପଣାର କରିପାରନ୍ତି। ପ୍ରେମୀ ଓ ସାହସୀ ହେବେ। ବନ୍ଧୁପ୍ରେମୀ ହୋଇପାରନ୍ତି। ଧର୍ମଭାବାପନ୍ନ ହେବେ।
ମକର: ମନ ଦ୍ୱିଧାଗ୍ରସ୍ତ ହୋଇପାରେ। ତଥାପି ଭାଗ୍ୟଶାଳୀ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ବିଦ୍ୟାପ୍ରେମୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମିତ୍ରମାନଙ୍କଠାରୁ ସହଯୋଗ ପାଇବେ। ପୂଜାପର୍ବରେ ଧ୍ୟାନ ଦେବେ।
କୁମ୍ଭ: ଶ୍ରୀଚନ୍ଦ୍ର ଭୋଗ ହେତୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଆୟ ଆଶାନୁରୂପ ହୋଇପାରେ। ଐଶ୍ୱର୍ଯ୍ୟଯୁକ୍ତ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଧନଲାଭ ହେବ। ବିଦ୍ୱାନ୍‍ ଓ ଶାସ୍ତ୍ରଜ୍ଞ ହେବେ। ଯୁଦ୍ଧପ୍ରିୟ ହୋଇପାରନ୍ତି।
ମୀନ: କେହି ପଥରୋଧ କରିବାକୁ ଉଦ୍ୟମ କରିପାରନ୍ତି। ବହୁ ଅର୍ଥ ବ୍ୟୟ କରି ତାକୁ ଏଡାଇ ପାରିବେ। କର୍ମଚଞ୍ଚଳ ରହିବେ। ଥଣ୍ଡା, କଫରେ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି। ଏକାନ୍ତ ପ୍ରିୟ ହେବେ। ମଧୁର କଥାରେ ପରକୁ ନିଜର କରିବେ।

Comments are closed.