ବୁଧବାର ରାଶିଫଳ ୨୮.୦୭.୨୦୨୧

ମେଷ: ଶୁଭ ଖବରଟିଏ ମିଳିପାରେ। କର୍ମ କ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ଅବସ୍ଥା ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। ବିନୟୀ ହେବେ।
ବୃଷ: ଆୟ ଆଶାନୁରୂପ ହେବ। କାର୍ଯ୍ୟରେ ସଫଳତା ମିଳିବ। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ।
ମିଥୁନ: ସବୁ ବାଧାବିଘ୍ନକୁ ସହି କର୍ତ୍ତବ୍ୟନିଷ୍ଠ ହେବେ। ସାମୟିକ ଭାବେ ଅସୁସ୍ଥତା ଅନୁଭବ କରିପାରନ୍ତି। ଅର୍ଥ ପାଇଁ ନିର୍ଭରଶୀଳ ହେବାର ସୂଚନା ମିଳୁଛି। ଧର୍ମ ପରାୟଣ ହେବେ। ଅଷ୍ଟମ ଚନ୍ଦ୍ର ହେତୁ ସତର୍କରେ ଚଳିବେ।
କର୍କଟ: ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ସୁଖକର ଘଟଣାମାନ ଘଟିପାରେ। କର୍ମକ୍ଷେତ୍ରକୁ ଉଳମୟ କରିପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିଛି। ରୁଚିକର ଭୋଜନ ପାଇ ଆନନ୍ଦ ଅନୁଭବ କରିବେ।
ସିଂହ: ଉଦାର ପ୍ରକୃତିର ହୋଇପାରନ୍ତି। ଦୃଢ଼ ମନୋବଳ ନେଇ ଶତ୍ରୁକୁ ପରାଜିତ କରିବେ। ମାନସିକ ସ୍ତରରେ ଆଶ୍ବସ୍ତ ହେବେ। ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି। ସାରାଦିନ କାର୍ଯ୍ୟ ବ୍ୟସ୍ତ ରହିବେ। ଋଣ ପରିଶୋଧ କରିବେ।
କନ୍ୟା: ବିଭିନ୍ନ ଦିଗରୁ ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ସୁସମ୍ବାଦ ପାଇ ଖୁସି ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ପଢ଼ାପଢ଼ିରେ ମନୋନିବେଶ କରିବେ। ଶାନ୍ତି ମିଳିବ।
ତୁଳା: ପରିଶ୍ରମ କେତେ କଠିନ ହେଲେ ବି ତା’ର ମୂଲ୍ୟ ମିଳିବ। ଅବଶ୍ୟ କେତକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଉତ୍ତମ ମିତ୍ର କିମ୍ବା ପୁତ୍ରଲାଭର ସୂଚନା ମିଳୁଛି। ପୁରୁଷ ସ୍ବଭାବର ହେବେ। ନିନ୍ଦା ମିଳିପାରେ।
ବିଛା: ଶତ୍ରୁମାନେ ପଛଘୁଞ୍ଚା ଦେବେ। ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଅଶାନ୍ତି ଦୂର ହେବ। ଠାକୁରଙ୍କ ଦର୍ଶନ ପାଇ ଆଶ୍ବସ୍ତ ହେବେ। ସରକାରୀ ସ୍ତରରୁ ଲାଭ ଉଠାଇ ପାରନ୍ତି।
ଧନୁ: ପ୍ରଭୂତ ବିଦ୍ୟାପ୍ରାପ୍ତିର ସୂଚନା ମିଳୁଛି। ଯଶସ୍ବୀ ଓ ବିଳାସୀ ହେବେ। ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିପାରନ୍ତି। ଜନସମର୍ଥନ ମିଳିବ। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ଉପୁଜିଥିବା ସମସ୍ୟାର ସୁସମାଧାନ ହେବ।
ମକର: ରୋଜଗାର ଊଣା ହେବ ନାହିଁ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ସୁଖ ମିଳିବ। ଚିନ୍ତାଧାରା ମହତ ହେବ।
କୁମ୍ଭ: ଆଶାବାଦୀ ହୋଇପାରନ୍ତି। ଅଯଥା ବିତର୍କରୁ ନିଜକୁ ମୁକ୍ତ ରଖିବେ। ଶାସ୍ତ୍ର ପଟୁ ହେବେ। ପୁଣ୍ୟଦେହୀ ହୋଇପାରନ୍ତି। ଶ୍ରେଷ୍ଠ ବଂଶ ଜାତ ହେବେ। ମଧୁରଭାଷା ବ୍ୟବହାର କରି ଲୋକପ୍ରିୟତା ଅର୍ଜନ କରିବେ।
ମୀନ: ସୁସମ୍ବାଦ ଶୁଣି ଉତ୍‌ଫୁଲ୍ଲିତ ହେବେ। ଅଧିକ ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତ ହେବ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

Comments are closed.